Odisha News

ଅଟୋକୁ ଧକ୍କା ଦେଲା ଟ୍ରକ୍: ନାବାଳକ ସମେତ ୫ ମୃତ

କାମାକ୍ଷାନଗର, ୨୮/୮: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଟୋକୁ ଧକ୍କା ଦେଲା ଟ୍ରକ । ନାବାଳକ ସମେତ ୫ ମୃତ।
ସୂଚନାନୁସାରେ, ଏକ ଅଟୋରେ କିଛି ଯାତ୍ରୀ ଏନଏଚ-୫୩ ଦେଇ ଯାଉଥିଲେ । ହେଲେ ମୁକ୍ତାପାଣି ନିକଟରେ ଅଟୋକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ୫ ଜଣ ପ୍ରାଣ ହରାଇଥିଲେ ।
ମୃତକଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି । ସମସ୍ତ ମୃତକ ବାଙ୍ଗୁରା ଗ୍ରାମର ବୋଲି ଜଣାପଡିଛି । ତେବେ ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଅଟୋ ଓ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Related Posts

Seo wordpress plugin by www.seowizard.org.