Odisha News

୫ ବର୍ଷରେ ୫୯ ହଜାର ୪୩୭ ଲୋକ ଅନଲାଇନ ଟ୍ରେଡିଙ୍ଗ ଠକେଇର ଶିକାର ହୋଇଛନ୍ତି

ଭୁବନେଶ୍ୱର, ୯/୧୨: ଏବେ ସମ୍ପୂର୍ଣ୍ଣ ବିଶ୍ୱର ଯୁବପୀଢ଼ୀ ଅନଲାଇନ ଟ୍ରେଡିଂରେ ପାଗଳ । ଟ୍ରେଡିଂରେ ପଇସା ଲଗାଇ ରାତାରାତି ଧନୀ ହେବାର ନିଶା ଆଜିକାଲିର ଯୁବପୀଢ଼ୀ କିମିୟାଁ କରିଛି । କିନ୍ତୁ ଅନଲାଇନ ଟ୍ରେଡ଼ିଂର ମାୟା ଜାଲର ଶୀକାର ହୋଇଯାଉଛନ୍ତି ଲୋକ । ଫେକ୍ ଟ୍ରେଡ଼ିଂର ଶୀକାର ହୋଇଯାଉଛନ୍ତି ଲୋକେ ।
ତେବେ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ବଢ଼ିବାରେ ଲାଗିଛି । ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ୫୯ ହଜାର ୪୩୭ ଲୋକ ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି । ବିଧାନସଭାରେ ଏଭଲି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ବିଭାଗକୁ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି । ତଥ୍ୟ ଅନୁଯାୟୀ ରାଜ୍ୟରେ ୨୦୧୯ରେ ମାତ୍ର ୧୮ ଜଣ ବ୍ୟକ୍ତି ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଥିଲେ । ଏହା ପରେ କ୍ରମାଗତ ଏହି ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ୨୦୨୦ ରେ ୨୮ ଜଣ, ୨୦୨୧ରେ ୨୨ ଜଣ ଏବଂ ୨୦୨୨ ରେ ମାତ୍ର ୧୦୫ ଜଣ ଲୋକ ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଥିଲେ ।
କିନ୍ତୁ ୨୦୨୩ରେ ଏହା ଏକ ମହାମାରୀ ଭଳି ବ୍ୟାପିଥିବା ଦେଖିବାକୁ ମିଳିଛି । କେବଳ ୨୦୨୩ ରେ ୧୮ ହଜାର ୯୯୪ ଲୋକ ଅନଲାଇନ ଟ୍ରେଡିଂର ମାୟା ଜାଲରେ ଶୀକାର ଫସିଯାଇଛନ୍ତି । ସେହିପରି ୨୦୨୪ରେ ଗତ ୧୧ ମାସରେ ଏହି ସଂଖ୍ୟା ଅହେତୁକ ବୃଦ୍ଧି ପାଇ ୪୦ ହଜାର ୨୭୦ରେ ପହଁଚିଛି ।
ଯଦି ଆପଣ ମଧ୍ୟ ଅନଲାଇନ ଟ୍ରେଡିଂ କରୁଛନ୍ତି ତେବେ ଆପଣମାନେ ମଧ୍ୟ ସଜାଗ ଏବଂ ସଚେତନ ହୋଇଯାଆନ୍ତୁ ।

Related Posts