Odisha News

୪ର୍ଥ ଦିନରେ ପ୍ରାଥମିକ ଶିକ୍ଷକଙ୍କ ଧାରଣା ଜାରି : ଧାରଣାସ୍ଥଳରେ ପହଞ୍ଚିଲେ ବିଧାୟକ

Teachers’ strike reach Day 4 in Boriguma in Odisha’s Koraput district

By Prakash Kumar Singh

ବୋରିଗୁମ୍ମା,୧୧/୯ : ବୋରିଗୁମ୍ମା, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଙ୍ଘର ଆହ୍ୱାନ କ୍ରମେ ବୋରିଗୁମ୍ମା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୁକ୍ରବାର ଠାରୁ ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷାକେନ୍ଦ୍ର କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଧାରଣା ୪ର୍ଥ ଦିନରେ ପହଞ୍ଚିଛି ।
୪ର୍ଥ ଦିନରେ ମଧ୍ୟ ବୋରିଗୁମ୍ମା ବ୍ଲକର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲୁଥିବା ବେଳେ ପାଠପଢା ବନ୍ଦ ରହିଥିବା ନଜରକୁ ଆସିଛି ।
ଏଥିରେ ବୋରିଗୁମ୍ମା ବ୍ଲକ ଓ ସଦର ମହକୁମାର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀମାନେ ସାମିଲ ହୋଇଛନ୍ତି ।ଫଳରେ ଛାତ୍ରଛାତ୍ରୀଙ୍କ ପାଠ ପଢା ସମ୍ପୂର୍ଣ ଭାବେ ବନ୍ଦ ହୋଇଯାଇଛି ।
୪ର୍ଥ ଦିନରେ ସମବାର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି ।
ବୋରିଗୁମ୍ମା ବ୍ଲକ ମିଳିତ ପ୍ରାଥମିକ ସଂଘର ସଭାପତି ମୃତ୍ୟୁଞ୍ଜୟ ପଣ୍ଡା ଏବଂ ସାଧାରଣ ସମ୍ପାଦକ ଏନ. କାମେଶ୍ୱର ରାଓ ଏବଂ ସଂଘର ଅନ୍ୟାନ୍ୟ କର୍ମକର୍ତା ଙ୍କ ନେତୃତ୍ୱରେ ୨ଶହ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀମାନେ ମୁଖ୍ୟତଃ ତିନୋଟି ଦାବି ଯଥା ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଛେଦ, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଲେବୁଲ -ଗ୍ରେଡ଼ ୪୨୦୦ ଅନୁଯାୟୀ ଦରମା ପ୍ରଦାନ, ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ପ୍ରଭୃତି ଦାବିନେଇ ଗତ ଶୁକ୍ରବାର ଠାରୁ ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୨ଶହ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଧାରଣାରେ ବସିଛନ୍ତି ।

Related Posts

Seo wordpress plugin by www.seowizard.org.