Odisha News

ହ୍ବାଇଟ ହାଉସରେ ପିଏମ ମୋଦୀଙ୍କୁ ଭବ୍ୟ ସ୍ବାଗତ, କହିଲେ– ଏହା ୧୪୦ କୋଟି ଭାରତୀୟଙ୍କୁ ସମ୍ମାନ

ଓ୍ବାସିଂଟନ,୨୨/୬ : ଆମେରିକା ଗସ୍ତର ତୃତୀୟ ଦିନରେ ୱାଶିଂଟନ ଡିସିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୱାଶିଂଟନରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ୍ ଅନର ରେ ସମ୍ମାନିତ କରାଯାଇଥିଲା। ହ୍ଵାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଭେଟିଛନ୍ତି ମୋଦି ।
ଭବ୍ୟ ସମ୍ବର୍ଦ୍ଧନା ପରେ ମୋଦୀ ବାଇଡେନଙ୍କୁ କହିଛନ୍ତି ଯେ ଏହି ସମ୍ମାନ ପାଇଁ ଧନ୍ୟବାଦ । ଏହି ଗୌରବ ୧୪୦ କୋଟି ଭାରତୀୟଙ୍କର । ଏହା ମଧ୍ୟ ଆମେରିକାରେ ରହୁଥିବା ୪୦ ଲକ୍ଷରୁ ଅଧିକ ଭାରତୀୟ ବଂଶୋଦ୍ଭବଙ୍କ ପାଇଁ ଏକ ସମ୍ମାନର ବିଷୟ।
ମୁଁ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଅନେକ ଥର ହ୍ଵାଇଟ୍ ହାଉସ୍ କୁ ଯାଇଥିଲି । ଏତେ ବଡ଼ ଭାରତୀୟ-ଆମେରିକୀୟ ସମୁଦାୟ ପାଇଁ ହିଁ ପ୍ରଥମ ଥର ପାଇଁ ହ୍ୱାଇଟ୍ ହାଉସ୍ ର ଦ୍ୱାର ଖୋଲାଯାଇଛି । ଆମେରିକାରେ ରହୁଥିବା ଭାରତୀୟ ସମୁଦାୟ ଭାରତର ଶକ୍ତି ।
ଆଜି ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକୀୟ କଂଗ୍ରେସର ମିଳିତ ବୈଠକକୁ ସମ୍ବୋଧିତ କରିବେ, ସେତେବେଳେ ସମଗ୍ର ବିଶ୍ୱର ନଜର ଏହା ଉପରେ ରହିବ । ସାମ୍ପ୍ରତିକ ସମୟରେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଷଣ ହେବାକୁ ଯାଉଛି । କାରଣ ସମଗ୍ର ବିଶ୍ବରେ ଶକ୍ତି ସନ୍ତୁଳନ ବଦଳିବାରେ ଲାଗିଛି ଓ ଭାରତ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହେଉଛି ।

Related Posts

Seo wordpress plugin by www.seowizard.org.