Top Stories

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୪/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ରଙ୍ଗର ପର୍ବ ହୋଲି ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା ।
ରଙ୍ଗ, ଅବିର ଧରି ସେଲିବ୍ରେସନରେ ମାତିଥିଲେ ପିଲାଠୁ ବୁଢ଼ା ଓ ଯୁବକ ଯୁବତୀ ଏବଂ ମହିଳା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା।
ମତୁଆଲା ହୋଇଥିଲେ ସମସ୍ତେ, କିଛି ସମୟ ପାଇଁ ରଙ୍ଗୀନ ହୋଇଯାଇଥିଲା ସମଗ୍ର ପରିବେଶ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦିନ ତମାମ ରଙ୍ଗ ଖେଳିଥିଲେ । ଫଗୁଣର ଫଗୁରେ ଭିଜି ପରସ୍ପରକୁ ରଙ୍ଗ ଲଗାଇବା ସହ ହୋଲି ଶୁଭେଚ୍ଛା ବାଣ୍ଟି ନାଚ ଗୀତରେ ମସଗୁଲ୍ ହୋଇଥିଲେ ।
ହୋଲିରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର ତରଫରୁ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଗାଁ ପରିକ୍ରମା କରାଇ ରଙ୍ଗ ଖେଳରେ ମାତି ଥିବା ଦେଖିବାକୁ ମିଳିଥିଲା ।
ହୋଲିରେ ଶତ୍ରୁ ବି ଶତ୍ରୁତାକୁ ଭୁଲିଯାଏ। ସେଥିପାଇଁ ସମସ୍ତେ ରଙ୍ଗ ଲଗାଇଲା ବେଳେ ବୁରା ନା ମାନୋ ହୋଲି ହୈ। … ବୋଲି କହୁଥିବାର ଦେଖିବାକୁ ମିଳିଥିଲା ।
ବର୍ଷକୁ ଥରେ ମାତ୍ର ହୋଲି ପର୍ବ ଆସୁଥିବାରୁ ସମସ୍ତେ ଧୁମ୍ ଧାମ ରେ ହୋଲି ଉତ୍ସବ କୁ ପାଳନ କରିବାକୁ ଅପେକ୍ଷା କରିଥାନ୍ତି।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଞ୍ଚଳର ବିଭିନ୍ନ ସଂଗଠନର ସଦସ୍ୟ ମାନେ ପ୍ରତ୍ୟୁଷ ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଉପସ୍ଥିତ ରହି ସମୂହ ଦୀପ ଦାନ କରିବା ସହିତ ମହାପ୍ରଭୁଙ୍କ ଠାରେ ପୂଜା ଅର୍ଚ୍ଚନା ପୂର୍ବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଅବିର ଲାଗି ପାଇଁ ସମର୍ପଣ କରିଥିଲେ ।
ସନ୍ଧ୍ୟା ରେ ସନ୍ଧ୍ୟା ଆଳତୀ ଦର୍ଶନ ଓ ଭଜନ କୀର୍ତ୍ତନରେ ସାମିଲ ହେବା ସହିତ ମନ୍ଦିର ସମ୍ମୁଖରେ ରଙ୍ଗ ଅବିର ପରସ୍ପର କୁ ବୋଳି ସମ୍ମାନ ଓ ଶୁଭେଚ୍ଛା ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା ।
ଆମ ସମାଜରେ ଥିବା ଅପସଂସ୍କୃତି ଓ ଅପକାର୍ଯ୍ୟରୁ ଦୁରେଇ ରହିବା ସହିତ ଆମ ସମାଜର ପୂର୍ବ ଗୌରବକୁ ଫେରାଇ ଆଣିବା ହୋଲି ପର୍ବର ମୁଖ୍ୟ ଲକ୍ଷ୍ୟ।
ରଙ୍ଗ ହେଉଛି ପ୍ରେମ ଓ ପବିତ୍ରତାର ଶ୍ରେଷ୍ଠ ପ୍ରତୀକ ବୋଲି ଜନ ମାନସରେ ବିଶ୍ବାସ ରହିଛି। ବିଶେଷ କରି କହିବାକୁ ଗଲେ ହୋଲି କେବଳ ରଙ୍ଗ ଖେଳିବା ନୁହେଁ ବରଂ ହୃଦୟକୁ ହୃଦୟ ସହ ଯୋଡିବାର ଏକ ପବିତ୍ର ପରମ୍ପରା ବୋଲି ଅଞ୍ଚଳ ର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ର ସଦସ୍ୟ ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଅନ୍ୟପେଟ ଏହି ହୋଲି ପର୍ବ ଅବସରରେ ଅଘଟଣ ଆଶଙ୍କାରେ ଅଞ୍ଚଳ ର ସମସ୍ତ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।
ଯେପରି କୌଣସି ଅଘଟଣ ନଘଟିବ, ସେଥିଲାଗି ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ବ୍ଲକିଂ-ଚେକିଂ କରିବା ସହ କଡାକଡି ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Related Posts