Odisha News

ସୁସ୍ଥ ,ସମୃଦ୍ଧ ଭାରତ ଗଠନରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଦାୟିତ୍ୱ ଗୁରୁତ୍ୱପୁର୍ଣ୍ଣ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୮/୩: ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ସରସରା ସ୍ଥିତ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ତାଲିମ ଶିବିର ରବିବାର ଦିନ ଉଦଯାପିତ ହୋଇଛି । ଗତ ୨୧ ତାରିଖ ଠାରୁ ଆୟୁଷ୍ମାନ ଭାରତ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ସଂଯୋଜନାରେ ଆରମ୍ଭ ହୋଇଥିବା ଶିକ୍ଷକ ତାଲିମ ଶିବିରର ଉଦଯାପନି ଦିବସରେ ମୁଖ୍ୟଅତିଥି ଭାବେ ପୁରୁଣାଟକ ସ୍ୱାସ୍ଥ୍ୟ କେନ୍ଦ୍ର ଡା. ମମତା ଦାଶ, ସିଆରସିସି ଧରଣୀଧର ମେହେର ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଣେଶ୍ୱର ଦାଶ ଅତିଥି ଭାବେ ଯୋଗଦେଇ ସୁସ୍ଥ ଓ ସମୃଦ୍ଧ ଭାରତ ଗଠନରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ବୋଲି ମତପ୍ର୍‌କାଶ କରିଥିଲେ ।
ଶିବିରରେ ବିଦ୍ୟାଳୟରେ ଥିବା କୈଶୋର ଛାତ୍ରଛାତ୍ରୀମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ଶାରିରୀକ ଓ ମାନସିକ ସୁସ୍ଥ ରହି ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେବ ସେ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଶେଷରେ ଶିକ୍ଷକ ଅରବିନ୍ଦ ପୁରୋହିତ ଧନ୍ୟବାଦ ପ୍ରଦାନ କରିଥିଲେ ।
ବୌଦ୍ଧର ସ୍ଥପତି ସୁମନ ଷଡଙ୍ଗୀଙ୍କୁ ବାସ୍ତୁ ରତ୍ନ ସମ୍ମାନ
ବୌଦ୍ଧ,୨୮/୩ : ଭୁବନେଶ୍ୱରର ଭୃଗୁ ଜ୍ୟୋତିଷ ସଂସ୍ଥାନ ପକ୍ଷରୁ ଆୟୋଜିତ ୧୪ତମ ଏସିଆନ ଆଷ୍ଟ୍ରୋଲଜର କନଫରେନ୍ସ ୨୦୨୨ ଅବସରରେ ବୌଦ୍ଧର ସ୍ଥପତି ସୁମନ ଷଡଙ୍ଗୀଙ୍କୁ ବାସ୍ତୁ ରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।
ଏହି ଅବସରରେ ଆୟୋଜିତ ସେମିନାରରେ ସୁଶ୍ରୀ ଷଡଙ୍ଗୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପ୍ରବନ୍ଧ ଲିଖନରେ ଦ୍ୱିତିୟ ସ୍ଥାନ ଅଧିକାର କରିଛନ୍ତି । ଏହି ସଫଳତା ପାଇଁ ସୁମନଙ୍କୁ ସଂସ୍ଥା ପକ୍ଷରୁ ବାସ୍ତୁ ରତ୍ନ ସମ୍ମାନ ସହ ପ୍ରମାଣପତ୍ର ପ୍ରଦାନ ପ୍ରଦାନ କରାଯାଇଥିଲା । ସୁମନଙ୍କ ସଫଳତା ନେଇ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଅଭିନନ୍ଦନ ଜଣାଇଥିବାବେଳେ ଅନ୍ୟାନ୍ୟ ବନ୍ଧୁ ଓ ଶୁଭେଛୁ ତାଙ୍କୁ ଅଭିନନନ୍ଦନ ଜଣାଇଛନ୍ତି ।

Related Posts