Odisha News

ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ରେଳ ମନ୍ତ୍ରୀ

ପଦ୍ମପୁର,୨୬/୧୧: ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଆଜି ଜମି ଯୋଗାଇ ଦିଅନ୍ତୁ କାଲିଠୁ କାମ ଆରମ୍ଭ ହେବ। ପଦ୍ମପୁର ଉପ ନିର୍ବାଚନରେ ପ୍ରଚାର ସମୟରେ ଏହା କହିଛନ୍ତି ଅଶ୍ଵିନୀ ବୈଷ୍ଣବ। ଉପ ନିର୍ବାଚନ ପାଇଁ ନିର୍ବାଚନ ରାଲିରେ ଫାଟି ପଡୁଛି ପଦ୍ମପୁର।
ଯେମିତି ଯେମିତି ନିର୍ବାଚନ ପାଖେଇ ଆସୁଛି ନେତାଙ୍କ ଘନ ଘନ ପ୍ରଚାର ଚାଲିଛି। ଏହି କ୍ରମରେ ରବିବାର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ଵିନ ବୈଷ୍ଣବ।
ରାଲିରେ ଅଶ୍ୱିନୀ ବୈଷ୍ଣବ ଜୟ ଜଗନ୍ନାଥ ନୃସିଂହ ନାଥ ଜୟ କହି ସମ୍ଭୋଧନ ଆରମ୍ଭ କରିଥିଲେ। ସେ କହିଛନ୍ତି ୫ ତାରିଖ ପଦ୍ମପୁରରେ ପଦ୍ମ ଫୁଟିବ। ଓଡ଼ିଶାର ସର୍ବ ଶ୍ରେଷ୍ଠ ବିଧାୟକ ପ୍ରଦୀପଙ୍କୁ ବିଧାନସଭା ପଠାଇଲେ ଏ ଅଞ୍ଚଳ କଥା ବିଧାନ ସଭାରେ ସୁଭିବ । ଏହି ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବି ଉପସ୍ଥିତ ଥିଲେ।
ଅଶ୍ଵିନୀ କହିଛନ୍ତି ଗୋଟିଏ କଥା ଓଡ଼ିଶାର ମନ୍ତ୍ରୀ ଟୁକୁନି ସାହୁ ଚିଠି ଲେଖିଛନ୍ତି ଯେ ବରଗଡ଼ ପଦ୍ମପୁର ନୂଆପଡାକୁ କିଛି କରିନାହାନ୍ତି। ବାସ୍ତବରେ ପ୍ରସନ୍ନ ଆଚାର‌୍ୟ୍ୟ ମିଛ କଥା କହୁଛନ୍ତି ।
ରେଳପଥ ପାଇଁ ଓଡ଼ିଶାକୁ କେନ୍ଦ୍ର ଦାୟିତ୍ଵ ଦେଇଥିଲେ । ମନ୍ତ୍ରୀ ସାଂସଦଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଜାଗା ଦିଅନ୍ତୁ କାଲିଠୁ କାମ ଆରମ୍ଭ ହେବ। ଆପଣଙ୍କର ସେ ଅଧିକାରକୁ କେଇ ଭୁଲାଇ ପାରିବେ ନାହିଁ ।
ଓଡିଶାକୁ ମୋଦୀଙ୍କ ଯାହା ସଂକଳ୍ପ ତାହା ପୂରଣ କରିବେ । ଓଡ଼ିଶାରେ ରେଳର ପ୍ରତ୍ୟେକ ପ୍ରକଳ୍ପ କଂଗ୍ରେସ କରିପାରୁନଥିଲା ତାହା ନରେନ୍ଦ୍ର ମୋଦୀ କରିଦେଖାଇଛନ୍ତି।
ସେ କହିଛନ୍ତି, ପୂର୍ବରୁ ରାଜ୍ୟକୁ ରେଳ ପ୍ରକଳ୍ପ ବାବଦରେ ୮୦୦ କୋଟି ଟଙ୍କା ଆସୁଥିଲା। ମୋଦୀ ସରକାର ରେଳ ପ୍ରକଳ୍ପ ପାଇଁ ୧୦ ହଜାର କୋଟି ଟଙ୍କା କରିଛନ୍ତି। ପ୍ରତି ଗାଁରେ ଟାଓ୍ଵାର ପାଇଁ ୫ ହଜାର ୬୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ରାଜ୍ୟ ସରକାର ଜାଗା ଯୋଗାଇ ଦେବାରେ ସହଯୋଗ କଲେ ଓଡିଶା ବିକାଶ କରିବ ତାହା ପରିକଳ୍ପନା କରି ହେବ ନାହିଁ ।। ଅନେକ ପ୍ରକଳ୍ପକୁ ମୋଦୀ ପୁରା କରିଛନ୍ତି । ବରଗଡ଼ ପଦ୍ମପୁର ଓ ନୂଆପଡାକୁ ଯଦି ରାଜ୍ୟ ସରକାର ଜାଗା ଦେଇଥାନ୍ତେ ତାହେଲେ ଏଠି ବି ରେଳ ପ୍ରକଳ୍ପ ହୋଇପାରିଥାନ୍ତା ।
ସେ କହିଛନ୍ତି ଏଠାକାର ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ବର୍ଷ ବର୍ଷ ଧରି ହେଲେ ଓଡ଼ିଶାରେ ରୋଜଗାର ଦିଆଯାଉନି। ଯଦି ନିୟତ ନୀତି ଠିକ ରହିବ ତା ହେଲେ ଦାଦନ ପାଇଁ ଲୋକଙ୍କୁ ବାହାରକୁ ଯିବାକୁ ପଡିବ ନାହିଁ । ଏକ ଜୁଟ ହୋଇ ପଦ୍ମପୁରରୁ ପଦ୍ମଫୁଲକୁ ଭୋଟ ଦେଇ ବିଧାନ ସଭାକୁ ପଠାଇବେ । ଭ୍ୟାକ୍ସିନ ଟିକା ସମସ୍ତଙ୍କୁ ଲାଗିଲା। ମୋଦୀଙ୍କୁ ମଜଭୁତ କରନ୍ତୁ ପଦ୍ମଫୁଲକୁ ମନେ ରଖିବେ ବୋଲି ଅଶ୍ଵିନୀ ବୈଷ୍ଣବ କହିଛନ୍ତି।

Related Posts