ରାଜସ୍ୱ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ୪୦ ଘଣ୍ଟାରେ ନରାଜରେ ପହଁଚିବ ବନ୍ୟା ଜଳ, ସଜାଗ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ବର, ୩୧/୭: ରାଜ୍ୟରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳ ମାନଙ୍କ ସହ ସମୀକ୍ଷା ବୈଠକ । ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଝଜଉ, ପାଣିପାଗ ବିଜ୍ଞାନ, ଜଳସମ୍ପଦ ବିଭାଗର ଅଧିକାରୀ ସାମିଲ ହୋଇଛନ୍ତି ।
ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକକୁ ଆଲର୍ଟ କରାଯାଇଛି । ଦୁଇ ଦିନ ଯାଏଁ କୌଣସି ବର୍ଷା ଓଡ଼ିଶାରେ ନାହିଁ । କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ୭୦ ମିମି ବର୍ଷା ମଝିରେ ମଝିରେ ହୋଇପାରେ । ମହାନଦୀରେ ୮ ଲକ୍ଷ ୬୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦର ୧୨ଟି ଗେଟ୍ ଖୋଲାଅଛି । ଆଉ ୧୨ଟି ଗେଟ୍ ଖୋଲିବା ପାଇଁ ଯୋଜନା ଚାଲିଛି । ସମୁଦାୟ ୨୨ଟି ଗେଟ୍ ଖୋଲିବା ପାଇଁ ପ୍ରସ୍ତୁତ ହେଉଛୁ । ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଅବଗତ କରାଯାଇଛି । ଭଦ୍ରକର ପୂର୍ବତନ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କୁ ବନ୍ୟା ପରିଚାଳନା ପାଇଁ ଦାୟିତ୍ୱ ପ୍ରଦାନ କଲେ ରାଜସ୍ବ ମନ୍ତ୍ରୀ ।
ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ବନ୍ୟା ପ୍ରଭାବିତ ୫ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିଥିଲେ ରାଜସ୍ବ ମନ୍ତ୍ରୀ । ହେଲିକପ୍ଟରରେ ଆକାଶମାର୍ଗରୁ ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଏବଂ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରିଥିଲେ କ୍ଷ
ୠକ୍ଷକ୍ଟକ୍ଟୟ ଟକ୍ଟ୍ରୟବଗ୍ଧର




