ରାଜଧାନୀରେ ରକ୍ତରଞ୍ଜିତ ରାସ୍ତା; ଅଟୋକୁ ୬୦ ମିଟର ଘୋଷାଡ଼ି ନେଲା ଟ୍ରକ୍, ଉତ୍ୟକ୍ତ ଲୋକଙ୍କ ହାତରେ ଧରାପଡ଼ିଲା ଡ୍ରାଇଭର
ଭୁବନେଶ୍ବର, ୨୪/୫: ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ ଘଟଣା । ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ୍ । ଧକ୍କା ଦେବା ପରେ ଅଟୋକୁ ଏନଏଚରେ ଘୋଷାଡ଼ି ନେଲା ଟ୍ରକ୍ । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରଙ୍କୁ ମାଡ଼ ମାରିଲେ ଉତ୍ୟକ୍ତ ଲୋକ । କଟକ-ପୁରୀ ବାଇପାସ୍ ରୋଡ୍ ପାଣ୍ଡରା ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।
ସୂଚନାଯୋଗ୍ୟ ଯେ, । କଟକ-ପୁରୀ ବାଇପାସ୍ ରୋଡ୍ ପାଣ୍ଡରା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଯାଉଥିବା ବେଳେ ପଛପଟୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଓ ଦୁର୍ଘଟଣା ଘଟାଇବା ପରେ ବି ଅମାନିଆ ଟ୍ରକ୍ ଚାଳକ ପ୍ରାୟ ୫୦ରୁ ୬୦ମିଟର ପର୍ଯ୍ୟନ୍ତ NHରେ ଘୋଷାଡ଼ି ନେଇଥିଲା ।
ଦୁର୍ଘଟଣା ଫଳରେ ଭାରସାମ୍ୟ ହରାଇ ଅଟୋଟି NH ତଳକୁ ଖସି ଦୋକାନ ଭିତରକୁ ପଶିଗଲା । ଅଟୋରେ ବସିଥିବା ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ତେବେ ଘଟଣାସ୍ଥଳରୁ ଫେରାର ହେଉଥିବା ବେଳେ ବାଇକ୍ ଆରୋହୀଙ୍କୁ ବି ପିଟିଲା ଦୁର୍ଘଟଣା ଘଟାଇଥିବା ଟ୍ରକ୍ । ସ୍ଥାନୀୟ ଲୋକ ଗୋଡାଇ ଗୋଡାଇ ଟ୍ରକ୍କୁ ଧରିବା ପରେ ବେପରୁଆ ଟ୍ରକ୍ ଡ୍ରାଇଭରଙ୍କୁ ପିଟିଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଆଉ ଅଟୋକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ଓ




