ଯୁବତୀ ତିନି ମାସର ଗର୍ଭବତୀ ଅଭିଯୋଗ : ଦୁଷ୍କର୍ମ ମାମଲାରେ ଯୁବକ ଗିରଫ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୭/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା କୋଚିଲାଗଡ଼ ଗ୍ରାମର ଶରତ ମୁଖିଙ୍କ ପୁଅ ଚନ୍ଦନ ମୁଖି (୨୧) ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି ।
ସୂଚନାରୁ ପ୍ରକାଶ ଯେ, ଫୁଲବାଣୀ ଥାନା ଅଞ୍ଚଳର ଜୈନିକା ଯୁବତୀ କୋଚିଲାଗଡ଼ ଗ୍ରାମରେ ନିଜ ସମ୍ପର୍କୀୟ ଘରେ ଆସି ରହୁଥିବା ସମୟରେ ଉକ୍ତ ଯୁବକ ଚନ୍ଦନ ସେହି ଯୁବତୀ ସହ ଦୁଷ୍କର୍ମ କରିଥିଲା । ବର୍ତ୍ତମାନ ସେହି ଯୁବତୀ ତିନି ମାସର ଗର୍ଭବତୀ ରହିଥିବା ଜଣାପଡିଛି ।
ଯୁବତୀଙ୍କ ପରିବାର ପକ୍ଷରୁ ଟିକାବାଲି ଥାନାରେ ଲିଖିତ ଏତଲା ଅନୁଯାଇ ଟିକାବାଲି ପୋଲିସ କେସ ନଂ ୯୯/୨୬ ରେ ଏକ ମକଦ୍ଦମା ରୁଜୁ କରି ଯୁବକଙ୍କ ବିରୋଧରେ ଆକ୍ଟ ୬୯ ସେକସନ/୩୫୧ କେସ ୩ ବିଏନଏସ ଦ୍ୱାରା ଗିରଫ କରି ଜି. ଉଦୟଗିରି କୋର୍ଟକୁ ଅଭିଯୁକ୍ତ ଯୁବକଙ୍କୁ ଚାଲାଣ କରାଯାଇଥିବା ଏବଂ ପୀଡିତା ଯୁବତୀଙ୍କୁ ଫୁଲବାଣୀ ସଖି ସେଣ୍ଟରକୁ ପଠେଇଥିବା ଥାନା ଅଧିକାରୀ ସମିର କୁମାର ବେହେରା ସୂଚନା ଦେଇଛନ୍ତି ।
ହାଇଓ୍ବା ଧକ୍କାରେ ବୃଦ୍ଧା ଗୁରୁତର, ଛିଣ୍ଡିଗଲା ଗୋଡ଼
ବାଲିଗୁଡ଼ା, ୭/୫: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗାନ୍ଧୀ ଛକ ନିକଟରେ ବଡ଼ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଶାଗ ବିକାଳି ବୃଦ୍ଧା ଗୁରୁତର । ଶାଗ ବିକାଳି ବୃଦ୍ଧା ପରିଶ୍ରା କରିବାକୁ ଯିବାବେଳେ ଚଢ଼ିଗଲା ହାଇଓ୍ବା । ଛିଣ୍ଡିଗଲା ବୃଦ୍ଧାଙ୍କ ଡାହାଣ ଗୋଡ଼ ।
ଗୁରୁତର ବୃଦ୍ଧା ଜଣକ ସିନ୍ଦ୍ରିଗାଁ ପଞ୍ଚାୟତର ତେମାଙ୍ଗି ଗ୍ରାମର ଡପେକି ମଳିକ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି ।
ସୂଚନା ପ୍ରକାରେ ସବୁଦିନ ଭଳି ଆଜି ମଧ୍ୟ ବୃଦ୍ଧା ଜଣକ ଗାନ୍ଧୀ ଛକ ନିକଟରେ ରାସ୍ତା କଡ଼ରେ ବସି ଶାଗ ବିକ୍ରି କରନ୍ତି । ଆଜି ମଧ୍ୟ ସେଠାରେ ବସି ଶାଗ ବିକ୍ରି କରୁଥିଲେ । ପରିଶ୍ରା କରିବାକୁ ଉପଜିଲ୍ଲାପାଳଙ୍କ ବାସଭବନ ରାସ୍ତାକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଲି ବୋଝେଇ ହାଇଓ୍ବା ବୃଦ୍ଧାଙ୍କ ଉପରେ ଚଢ଼ି ଯାଇଥିଲା ।
ଫଳରେ ବୃଦ୍ଧା ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଡାହାଣ ଗୋଡ଼ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ସେପଟେ ଦୁର୍ଘଟଣା ଘଟାଇଥିବା ହାଇଓ୍ବାକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ବାଲିଗୁଡ଼ା ପୋଲିସ୍ ।




