Top Stories

ମୁଖ୍ୟମନ୍ତ୍ରୀମାନେ ସରଳ ଜୀବନଯାପନ କରିବାର ଯୁଗ ଶେଷ ହେବାକୁ ବସିଲାଣି !

କର୍ଣାଟକର ପରବର୍ତୀ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଟକ୍କର ଦେଇପାରନ୍ତି

By A.K. Sahoo

ଦଶନ୍ଧି ଦଶନ୍ଧି ଧରି ଭାରତୀୟ ରାଜନେତାମାନେ ସାଦାସିଧା ଜୀବନଶୈଳୀକୁ ଗୁରୁତ୍ୱ ଦେଇଆସୁଥିଲେ — ଧଳା କୁର୍ତ୍ତା, ରବର ଚପଲ, ସର୍ବନିମ୍ନ ବିଳାସ। ବିଳାସପୂର୍ଣ୍ଣ ଜୀବନ ଥିଲେ ମଧ୍ୟ ତାହା ବନ୍ଦ ଦ୍ୱାର ଭିତରେ ଲୁଚି ରହୁଥିଲା।କିନ୍ତୁ ଏବେ ଚିତ୍ର ବଦଳୁଛି।ମାସେ ତଳେ ତାମିଲନାଡୁ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରି ଦେଶକୁ ଚକିତ କରିଥିଲା। ତାଙ୍କର ଘୋଷିତ ସମ୍ପତ୍ତି ୬୨୪ କୋଟି ଟଙ୍କା, ୧୩ କୋଟିରୁ ଅଧିକ ଟଙ୍କାର ବିଳାସପୂର୍ଣ୍ଣ କାର୍ ଏବଂ ଶହ ଶହ କୋଟି ବ୍ୟାଙ୍କ ଜମା।

ଏବେ କର୍ଣ୍ଣାଟକ ମଧ୍ୟ ଆଉ ଜଣେ ଧନୀ ନେତାଙ୍କୁ କ୍ଷମତା ଦେବାକୁ ପ୍ରସ୍ତୁତ ହେଉଛି — ଡି.କେ. ଶିବକୁମାର। ଯଦି ବିଜୟ ‘ଶାନ୍ତ ସମ୍ପତ୍ତି’ର ପ୍ରତୀକ, ତେବେ ଶିବକୁମାର ହେଉଛନ୍ତି ‘ଦୃଶ୍ୟମାନ ବିଳାସ’ର ଉଦାହରଣ।

ସିଦ୍ଦରମୈୟାଙ୍କ ଇସ୍ତଫା ପରେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କଂଗ୍ରେସର ଏହି ସଙ୍କଟମୋଚକ କେବେ ନିଜ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ଲୁଚାଇ ନାହାନ୍ତି। ସେ ଖୋଲାଖୋଲି ଭାବେ ମହଙ୍ଗା ଘଣ୍ଟା ପିନ୍ଧନ୍ତି, ଡିଜାଇନର୍ ସ୍କାର୍ଫ୍ ବ୍ୟବହାର କରନ୍ତି। ଅନ୍ୟ ନେତାମାନେ ଯେଉଁଠି ମହଙ୍ଗା ସଉକକୁ କମ୍ କରି ଦେଖାନ୍ତି, ଶିବକୁମାର କିନ୍ତୁ କେବେ କ୍ଷମା ମାଗନ୍ତି ନାହିଁ।“ମୁଁ ମୋ ପସନ୍ଦର ଘଣ୍ଟା ପିନ୍ଧିବାର ଅଧିକାର ରଖେ ନାହିଁ କି?” — ରୋଲେକ୍ସ ଓ କାର୍ଟିୟର୍ ଘଣ୍ଟାକୁ ନେଇ ସମାଲୋଚନା ହେବା ପରେ ସେ ଏହା କହିଥିଲେ। ଏହି ଗୋଟିଏ ଧାଡ଼ି ହିଁ ଭାରତୀୟ ରାଜନୀତିର ନୂଆ ଯୁଗକୁ ବୁଝାଇ ଦେଉଛି।

ମୁଖ୍ୟମନ୍ତ୍ରୀମାନେ ଆଉ ନିଜ ସମ୍ପତ୍ତି ଲୁଚାଉ ନାହାନ୍ତି। କେତେକ ତାହା ପିନ୍ଧୁଛନ୍ତି।ଡି.କେ. ଶିବକୁମାରଙ୍କ ବିଳାସପୂର୍ଣ୍ଣ ଛବି ତାଙ୍କ ରାଜନୈତିକ ପରିଚୟର ଏକ ଅଂଶ ହୋଇଗଲାଣି। ଗୁଚି ସ୍କାର୍ଫ୍, ଲୁଇ ଭିଟନ୍ ଷ୍ଟୋଲ୍, ଫେରାଗାମୋ ରାପ୍, କାର୍ଟିୟର୍ ଘଣ୍ଟା, ରୋଲେକ୍ସ ଡେଟୋନା — ତାଙ୍କ ସାର୍ବଜନୀନ ଉପସ୍ଥିତି ଅନେକ ସମୟରେ ରାଜନୈତିକ ରୋଡ୍‌ଶୋ ଅପେକ୍ଷା ଏକ ଲଗ୍ଜରୀ କ୍ୟାଟାଲଗ୍ ଭଳି ଲାଗେ।ତାଙ୍କ ସହ ଜଡ଼ିତ କିଛି ସାମଗ୍ରୀ ମଧ୍ୟରେ ରହିଛି — ପ୍ରାୟ ୫୪,୦୦ ଟଙ୍କାର ଗୁଚି ଜାକ୍ୱାର୍ଡ ଉଲ୍ ସ୍କାର୍ଫ୍, ୧ ଲକ୍ଷରୁ ଅଧିକ ମୂଲ୍ୟର ଲୁଇ ଭିଟନ୍ ରେକଜାଭିକ୍ ସ୍କାର୍ଫ୍ ଏବଂ ୧୫ ଲକ୍ଷରୁ ୧.୪ କୋଟି ପର୍ଯ୍ୟନ୍ତ ମୂଲ୍ୟର ରୋଲେକ୍ସ କସ୍ମୋଗ୍ରାଫ୍ ଡେଟୋନା ଘଣ୍ଟା।ବିରୋଧୀମାନେ ତାଙ୍କ ଜୀବନଶୈଳୀକୁ ନେଇ ବାରମ୍ବାର ଟାର୍ଗେଟ୍ କରିଛନ୍ତି, କିନ୍ତୁ ଶିବକୁମାର ବିଚଳିତ ହୋଇନାହାନ୍ତି। ଆଉ ହୁଏତ ତାଙ୍କୁ ବିଚଳିତ ହେବାର ଆବଶ୍ୟକତା ବି ନାହିଁ। ୨୦୨୩ ନିର୍ବାଚନ ସତ୍ୟପାଠ ଅନୁଯାୟୀ, ଶିବକୁମାର ୧,୪୧୩.୮୦ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି। ଏଥିରେ ୧,୧୪୦ କୋଟିର ସ୍ଥାବର ଏବଂ ୨୭୩ କୋଟିର ଅସ୍ଥାବର ସମ୍ପତ୍ତି ରହିଛି। ୨୬୫ କୋଟିରୁ ଅଧିକ ଦେଣା ଥିଲେ ମଧ୍ୟ ସେ ଦେଶର ସର୍ବାଧିକ ଧନୀ ରାଜନେତାଙ୍କ ମଧ୍ୟରେ ଅନ୍ୟତମ। ତାଙ୍କ ସମ୍ପତ୍ତି ରିଅଲ୍ ଇଷ୍ଟେଟ୍, ଭିତ୍ତିଭୂମି, ଖଣି ଏବଂ ଶିକ୍ଷା ବ୍ୟବସାୟରୁ ଆସିଛି। ପରିବାର ସହ ଜଡ଼ିତ ଟ୍ରଷ୍ଟ ମାଧ୍ୟମରେ ସେ କର୍ଣାଟକରେ ଇଞ୍ଜିନିୟରିଂ କଲେଜ୍, ଫାର୍ମାସି ଇନଷ୍ଟିଚ୍ୟୁଟ୍, ପବ୍ଲିକ୍ ସ୍କୁଲ୍ ଓ ମ୍ୟାନେଜମେଣ୍ଟ ସଂସ୍ଥା ପରିଚାଳନା କରନ୍ତି। ରାଜନୀତି ବାହାରେ, ବିଡାଦିରେ ପ୍ରସ୍ତାବିତ ୯,୦୦ ଏକରର ଗ୍ରେଟର୍ ବେଙ୍ଗାଲୁରୁ ଇଣ୍ଟିଗ୍ରେଟେଡ୍ ଟାଉନଶିପ୍ — ଯାହାକୁ ଭାରତର ପ୍ରଥମ AI-ଚାଳିତ ଟାଉନଶିପ୍ ବୋଲି କୁହାଯାଉଛି — ପଛରେ ମଧ୍ୟ ଶିବକୁମାରଙ୍କ ପ୍ରମୁଖ ଭୂମିକା ରହିଛି। କିନ୍ତୁ ଶିବକୁମାର ଯେଉଁଠି ବିଳାସକୁ ଖୋଲାଖୋଲି ଆପଣେଇଛନ୍ତି, ବିଜୟଙ୍କ କାହାଣୀ ଅଲଗା।

ତାମିଲ ସୁପରଷ୍ଟାରରୁ ରାଜନେତା ହୋଇଥିବା ବିଜୟ, ଯାହାଙ୍କ ଦଳ TVK ତାମିଲନାଡୁରେ ଏକ ବୃହତ୍ତମ ଶକ୍ତି ଭାବେ ଉଭା ହୋଇଛି, ବିଶାଳ ସମ୍ପତ୍ତି ସତ୍ତ୍ୱେ ଟଙ୍କା କ୍ଷେତ୍ରରେ ବେଶ୍ ରକ୍ଷଣଶୀଳ।ତାଙ୍କ ନିର୍ବାଚନ ସତ୍ୟପାଠ କୌଣସି ସେଲିବ୍ରିଟି ପୋର୍ଟଫୋଲିଓ ନୁହେଁ, ବରଂ ସୁରକ୍ଷାକୁ ଗୁରୁତ୍ୱ ଦେଉଥିବା ଏକ ପାରମ୍ପରିକ ବ୍ୟବସାୟୀଙ୍କ ବାଲାନ୍ସ ସିଟ୍ ଭଳି ଲାଗେ। ଙ୍କର ଘୋଷିତ ୬୨୪ କୋଟି ସମ୍ପତ୍ତି ମଧ୍ୟରୁ ୩୧୩ କୋଟିରୁ ଅଧିକ ଟଙ୍କା କେବଳ ବ୍ୟାଙ୍କ ଜମା ଓ ସଞ୍ଚୟ ଖାତାରେ ରହିଛି।ସବୁଠାରୁ ଚର୍ଚିତ ହେଉଛି — ଗୋଟିଏ ସଞ୍ଚୟ ଖାତାରେ ୨୧୩ କୋଟି ଟଙ୍କା। ମ୍ୟୁଚୁଆଲ୍ ଫଣ୍ଡ୍ ନୁହେଁ, ଇକ୍ୱିଟି ନୁହେଁ — କେବଳ ନଗଦ ବ୍ୟାଙ୍କରେ ରଖାଯାଇଛି।ତାଙ୍କର ସେୟାର ବଜାର ନିବେଶ ତାଙ୍କ ସମ୍ପତ୍ତି ତୁଳନାରେ ଅତି କମ୍ — ୦.୦୪%ରୁ ବି କମ୍। ଏହା ବଦଳରେ ବିଜୟ ଜମିକୁ ଅଧିକ ପସନ୍ଦ କରନ୍ତି।ତାଙ୍କର ପ୍ରାୟ ୨୨୦ କୋଟି ଟଙ୍କାର ରିଅଲ୍ ଇଷ୍ଟେଟ୍ ପୋର୍ଟଫୋଲିଓ ତାମିଲନାଡୁର ନୀଲାଙ୍କରାଇ, ସାଲିଗ୍ରାମମ୍, ମାଇଲାପୁର ଓ ଶୋଲିଙ୍ଗନଲ୍ଲୁର ଭଳି ଅଞ୍ଚଳରେ ବ୍ୟାପ୍ତ।ଏହା ପରେ ଆସେ କାର୍ ସଂଗ୍ରହ।୧୩.୫ କୋଟି ଟଙ୍କାର ଗ୍ୟାରେଜ୍‌ରେ ରହିଛି BMW i7, Lexus 350, Toyota Vellfire ଏବଂ କଷ୍ଟମାଇଜ୍ କରାଯାଇଥିବା Tata Caravan। ଏହା ବିଳାସ, କିନ୍ତୁ ଯତ୍ନର ସହ ବଛାଯାଇଥିବା ବିଳାସ।ତେଣୁ, ଜଣେ ନେତା ନିଜ ସମ୍ପତ୍ତିକୁ ଉଚ୍ଚସ୍ୱରରେ ପିନ୍ଧନ୍ତି। ଅନ୍ୟ ଜଣେ ତାହାକୁ ଶାନ୍ତରେ ସଞ୍ଚୟ କରନ୍ତି। କିନ୍ତୁ ଉଭୟ ଗୋଟିଏ ବଡ଼ ପରିବର୍ତନକୁ ସଙ୍କେତ ଦେଉଛନ୍ତି।ଭାରତର ରାଜନୈତିକ ବର୍ଗ ବଦଳୁଛି। ନୂଆ ଯୁଗର ଶକ୍ତିଶାଳୀ ରାଜନେତା ଆଉ ସବୁବେଳେ ସରଳତା ଦେଖାଇବାକୁ ବାଧ୍ୟ ଅନୁଭବ କରୁନାହାନ୍ତି। ବିଳାସପୂର୍ଣ୍ଣ ବ୍ରାଣ୍ଡ ରାଜନୈତିକ ଛବିରେ ପ୍ରବେଶ କରୁଛି।ଅନ୍ୟ ଯୁଗରେ, ଜଣେ ରାଜନେତା ରୋଲେକ୍ସ ପିନ୍ଧିଲେ କ୍ରୋଧ ସୃଷ୍ଟି ହୋଇଥାନ୍ତା। ଆଜି, ତାହା ବ୍ରାଣ୍ଡର ଏକ ଅଂଶ ହୋଇଯାଉଛି।

Related Posts