Odisha News

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ଆଇଏଫ୍‌ଏସ୍ ଅଧିକାରୀ ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ଭୁବନେଶ୍ୱର, ୨/୮: ବହୁ ଚର୍ଚ୍ଚିତ ଏସିଏଫ୍ (ଇଉୠ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ରାଜ୍ୟ ସରକାର ନେଇଛନ୍ତି କଠୋର ଆଭିମୁଖ୍ୟ। ବରିଷ୍ଠ ଆଇଏଫଏସ (IFS) ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କୋର୍ଟଙ୍କ ଦ୍ୱାରା ବିଚାର ବିଭାଗୀୟ ହାଜତକୁ ପଠାଯିବା ପରେ ସରକାରୀ ସ୍ତରରେ ଏହି ବଡ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି।
କ’ଣ ଥିଲା ପୂରା ମାମଲା?
୨୦୨୧ ମସିହାରେ ପାରଳାଖେମୁଣ୍ଡି ବନ ବିଭାଗର ଆସିଷ୍ଟାଣ୍ଟ କଞ୍ଜରଭେଟର ଅଫ୍ ଫରେଷ୍ଟ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ଭାବେ ପୋଡ଼ି ହୋଇ ମୃତ୍ୟୁ ଘଟିଥିଲା ସେହି ସମୟରେ ସଂଗ୍ରାମ କେଶରୀ ବେହେରା ଗଜପତି ଜିଲ୍ଲାର ଡିଭିଜନାଲ ଫରେଷ୍ଟ ଅଫିସର (DFO) ଭାବରେ କାର୍ଯ୍ୟରତ ଥିଲେ।
ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ତତ୍କାଳୀନ DFO ସଂଗ୍ରାମ ବେହେରା, ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଓ ରୋଷେୟାଙ୍କୁ ମାମଲାରେ ସଂପୃକ୍ତ ଥିବା ନେଇ ଅଭିଯୋଗ ଆଣିଥିଲେ। ସେତେବେଳେ ଏହି ମାମଲା ରାଜ୍ୟରେ ବହୁ ହଇଚଇ ସୃଷ୍ଟି କରିଥିଲା । ଏପିରିକି ରାଜରାସ୍ତାରୁ ବିଧାନସଭା ଯାଏଁ । ସବୁଠୁ ଜୋରସୋରରେ ଚାଲିଥିଲା ଏହି ମାମଲା । ବିରୋଧୀ ମଧ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ । ଏହାସହିତ ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ସରକାରଙ୍କୁ ଘେରିଥିଲେ ।
ତେବେ ଦୀର୍ଘ ଦିନର ତଦନ୍ତ ଓ ଆଇନଗତ ଲଢ଼େଇ ପରେ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ସଂଗ୍ରାମ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଜଣେ ପ୍ରଶାସନିକ ଅଧିକାରୀ ଗିରଫ ହୋଇ ଜେଲ୍ ଯିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କୁ ଚାକିରିରୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ସାରା ଓଡ଼ିଶାରେ ସୃଷ୍ଟି ହୋଇଥିବା ବାଦବିବାଦ ଓ ପରିବାରର ଦୀର୍ଘ ଦିନର ନ୍ୟାୟ ଦାବି ପ୍ରତି ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼।

Related Posts