Odisha News

ମାଟ୍ରିକ ରେଜଲ୍ଟ ବାହାରିବାର ୨ ଦିନରେ ଜୀବନ ହାରିଲେଣି ୧୦ ଛାତ୍ରଛାତ୍ରୀ

ବିଶାଖାପଟ୍ଟନମ,୨୯/୪: ଆନ୍ଧ୍ର ପ୍ରଦେଶରେ ୯ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ଖବର ଆସିଛି। ଆନ୍ଧ୍ର ପ୍ରଦେଶ ବୋର୍ଡ ରିଜଲ୍ଟ ବାହାରିବାର ୪୮ ଘଣ୍ଟା ମଧ୍ୟରେ ଏହି ଛାତ୍ରମାନେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପରୀକ୍ଷାରେ ଅସଫଳ ହେବା କାରଣରୁ ଏମାନେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଆନ୍ଧ୍ର ପ୍ରଦେଶର ବୋର୍ଡ ଅଫ ଇଣ୍ଟରମିଡିଏଟ ପରୀକ୍ଷା ଏକାଦଶ ଓ ଦ୍ୱାଦଶ ଶ୍ରେଶୀର ଫଳାଫଳ ବୁଧବାର ପ୍ରକାଶ ପାଇଥିଲା। ଆନ୍ଧ୍ର ପ୍ରଦେଶ ବୋର୍ଡ ପରୀକ୍ଷାରେ ଚଳିତ ବର୍ଷ ପ୍ରାୟ ୧୦ଲକ୍ଷ ପରୀକ୍ଷାର୍ଥୀ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଏକାଦଶରେ ୬୧ ପ୍ରତିଶତ ଓ ଦ୍ୱାଦଶରେ ୭୨ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତିର୍ଣ୍ଣ ହୋଇଛନ୍ତି।
ରାଜ୍ୟର ବିଭିନ୍ନ ସ୍ଥାନରୁ ମିଶାଇ ପ୍ରାୟ ୧୦ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆଉ ଏମାନେ ସମସ୍ତେ ପରୀକ୍ଷାରେ କୃତକାର‌୍ୟ୍ୟ ନ ହେବାରୁ ଏମିତି ପଦକ୍ଷେପ ନେଇଥିବା କୁହାଯାଉଛି।
ଦେଶର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଗତ ଫେବୃୟାରୀରେ ଛାତ୍ରମାନଙ୍କ ଆତ୍ମହତ୍ୟାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ ଆମ ସଂସ୍ଥାନରେ କ’ଣ ଭୁଲ ରହୁଛି ଯେ ଛାତ୍ରମାନଙ୍କୁ ସେମାନଙ୍କ ଜୀବନ ଦେବାକୁ ପଡୁଛି। ସୂଚନାଯୋଗ୍ୟ, ଦେଶର ସବୁଠାରୁ ବଡ ଟେକନିକ ସଂସ୍ଥା ଆଇଆଇଟିରେ ବି ଛାତ୍ରମାନେ ଆତ୍ମହତ୍ୟା କରୁଥିବା ଖବର ଆସିଛି।

Related Posts

Seo wordpress plugin by www.seowizard.org.