Odisha News

ମାଟ୍ରିକ୍ ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ର ବାଜିମାତ

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୭/୫: ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୬୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ପ୍ରଥମ ଶ୍ରେଣୀ ଅର୍ଥାତ୍ ୠସକ୍ସଗ୍ଦଗ୍ଧ ଊସଙ୍ଖସଗ୍ଦସକ୍ଟଦ୍ଭ ରେ ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରିଛନ୍ତି। ଯାହା ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବର ବିଷୟ ।
ଏହି ଉପଲକ୍ଷେ ଆଜି ଅପରାହ୍ନ ୦୩ଟା ସମୟରେ ବିଦ୍ୟାଳୟ ପରିସରରେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଅଭିନନ୍ଦନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ହରିହର ପାତ୍ର ,ଲେଙ୍କୁଡିପଡା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମାଣିକେଶ୍ୱର ସ୍ବାଇଁ ,ସାମ୍ବାଦିକ ଧୀରେନ୍ଦ୍ର କୁମାର ପଟ୍ଟନାୟକ,ବିଦ୍ୟାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଓ ବିଦ୍ୟାଳୟର ଟ୍ରଷ୍ଟି ଗାୟତ୍ରୀ ମହାପାତ୍ର ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଗୋଟିଏ ଗୋଲାପ ଫୁଲ ଦେଇ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ। ଏ୧ ଓ ଏ୨ ଛାତ୍ରଛାତ୍ରୀ ମାନଙ୍କ ସହିତ ବି୧ ଓ ବି୨ ଗ୍ରେଡ୍ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅଭିନନ୍ଦନ କାର‌୍ୟ୍ୟକ୍ରମ ରେ ସାମିଲ କରାଯାଇଥିଲା। ୩୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ-୧ରେ ୦୪ଜଣ, ଏ-୨ରେ ୦୯ ଜଣ, ବି-୧ରେ ୧୦ ଜଣ ଓ ବି-୨ରେ ୦୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ବୈଭଶ୍ରୀ ପ୍ରିୟଦର୍ଶିନୀ, ସମ୍ବିତ୍ କୁମାର ରାଉତ, ଅନୁରାଗ ମହାରଣା ଓ ଶିବାନନ୍ଦ ସାହୁ ବିଦ୍ୟାଳୟର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ସହିତ ସମସ୍ତ ଛାତ୍ରଛାତ୍ରୀ ୬୦%ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବାରୁ ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ସାହୁ ସେବାବ୍ରତୀ ଗୁରୁଜୀ ଗୁରୁମା ଓ ଅଭିଭାବକ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପରିଶେଷରେ ବିଦ୍ୟାଳୟର ସେବାବ୍ରତୀ ଆଚାର‌୍ୟ୍ୟା ପ୍ରିୟମ୍ବଦା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀରୁ ନୟାଗଡ଼ ସ୍ୱତନ୍ତ୍ର ଟ୍ରେନ ରାତ୍ର ୮ଟାରେ ଛାଡ଼ିବା ପାଇଁ ଦାବି
ନୟାଗଡ଼,୧୮/୫: ବିଭିନ୍ନ ଦାବି ନେଇ ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଖୋର୍ଦ୍ଧାରୋଡ଼ ଡିଭିଜନାଲ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଷ୍ଟେସନ ମ୍ୟାନେଜର ସଞ୍ଜୟ ପ୍ରଧାନଙ୍କ ଜରିଆରେ ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ପୂର୍ବତଟ ରେଳ ପକ୍ଷରୁ ନୟାଗଡ଼ ପୁରୀ ମଧ୍ୟରେ ତିନୋଟି ସ୍ୱତନ୍ତ୍ର ଟ୍ରେନ ପ୍ରଚଳନ କରାଯାଉଛି । ଫଳରେ ନୟାଗଡ଼ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ରଥଯାତ୍ରା,ବାହୁଡ଼ା, ସୁନାବେଶ ଆଦି ପୁରୀ ଯାଇ ସୁବିଧାରେ ଦେଖି ପାରୁଛନ୍ତି । ତେବେ ଏହି ଟ୍ରେନ ଗୁଡ଼ିକ ସଂଧ୍ୟା ପୂର୍ବରୁ ନୟାଗଡ଼ ଫେରି ଆସୁଛି । ଅର୍ଥାତ ଶେଷ ଟ୍ରେନଟି ସଂଧ୍ୟା ୫ଟାରେ ପୁରୀରୁ ନୟାଗଡ଼ ଅଭିମୁଖେ ଯାତ୍ରା କରୁଛି । ଫଳରେ ଅଧିକାଂଶ ଦର୍ଶନାର୍ଥି ରଥଯାତ୍ରା କିମ୍ବା ମହାପ୍ରଭୁଙ୍କୁ ସଂପୂର୍ଣ୍ଣ ଦର୍ଶନ କରି ନପାରି ବାଧ୍ୟ ହୋଇ ଫେରୁଛନ୍ତି । ଏ ନେଇ ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପୁରୀରୁ ନୟାଗଡ଼ ଅଭିମୁଖେ ଶେଷ ଟ୍ରେନ ରାତ୍ର ୮ଟା ସମୟରେ ଛାଡ଼ିବାକୁ ଡିଆରଏମଙ୍କ ନିକଟରେ ଦାବି କରାଯାଇଛି । ଅନ୍ୟାନ୍ୟ ଦାବି ଗୁଡ଼ିକ ମଧ୍ୟରେ କେଉଁଝର ରୋଡ଼ରୁ ଖୋର୍ଦ୍ଧା ରୋଡ଼ ଆସୁଥିବା ପାସେଞ୍ଜର ଟ୍ରେନଟି ଖୋର୍ଦ୍ଧାରୋଡ଼ ଷ୍ଟେସନରେ ଦୀର୍ଘ ୪ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପଡ଼ି ରହୁଛି । ତେଣୁ ଏହି ଟ୍ରେନକୁ ନୟାଗଡ଼ ପର‌୍ୟ୍ୟନ୍ତ ସଂପ୍ରସାରଣ କରାଯିବା ପାଇଁ ଦାବି କରାଯାଇଛି । ସେହିପରି ନୂଆଗାଁ ରୋଡ଼ରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନର ଇଞ୍ଜିନ ଖୋର୍ଦ୍ଧା ରୋଡ଼ରେ ବଦଳୁ ଥିବାରୁ ଏଥି ଯୋଗୁଁ ଅଯଥାରେ ଦେଢ଼ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅପଚୟ ହେଉଛି । ତେଣୁ ଏହି ଟ୍ରେନ ବଦଳାଇ ମେମୁ ଟ୍ରେନ ପ୍ରଚଳନ କରାଯିବା,ଭଦ୍ରକ-ନୟାଗଡ଼ ଏବଂ ଭୁବନେଶ୍ୱର-ନୂଆଗାଁ ଟ୍ରେନ ଭୁବନେଶ୍ୱରରୁ ମାତ୍ର ୧୦ ମିନିଟ ବ୍ୟବଧାନରେ ବାହାରୁଥିବା ବେଳେ ଏହି ବ୍ୟବଧାନକୁ ଅତି କମରେ ଏକ ଘଣ୍ଟା କରିବା,ନୟାଗଡ଼ରେ ରହୁଥିବା ଟ୍ରେନ ଗୁଡ଼ିକର ପରିଷ୍କାର ପରିଚ୍ଛନ୍ନ ନିୟମିତ କରାଯିବା ଏବଂ ନୟାଗଡ଼ ଭୁବନେଶ୍ୱର ଯିବା ଆସିବା କରୁଥିବା ମେମୁ ଟ୍ରେନର ଇଞ୍ଜିନ ବାରମ୍ବାର ଖରାପ ହେବା ସମସ୍ୟାର ସ୍ଥାୟୀ ପ୍ରତିକାର କରାଯିବା ଆଦି ଦାବି କରାଯାଇଛି । ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ,ସଂପାଦକ ଦୁଯ୍ୟୋଧନ ସାହୁ,ବରିଷ୍ଠ ନାଗରିକ ପୂର୍ଣ୍ଣଚନ୍ଦ୍ର ଶତପଥି,ଛାୟାକାନ୍ତ ରାଉତରାୟ,ନବୀନଚନ୍ଦ୍ର ସାହୁ ପ୍ରମୁଖ ଆଜି ପୁର୍ବାହ୍ନରେ ଡିଆରଏମଙ୍କ ଉଦ୍ଦେଶ୍ୟରେ ଷ୍ଟେସନ ମ୍ୟାନେଜରଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ ।
ନୟାଗଡ଼ ଜିଲ୍ଲା ଥାନା ଅଧିକାରୀଙ୍କ ଅଦଳବଦଳ
ନୟାଗଡ଼,୧୮/୫: ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ପୁଲିସ ଇନିସପେକ୍ଟର ସ୍ତରରେ ଅଦଳବଦଳ କରିଛନ୍ତି । ଶରଣକୁଳ ଥାନାରେ କାର‌୍ୟ୍ୟରତ ଇନିସ୍ପେକ୍ଟର ଜୟଦୀପ ମହାନ୍ତିଙ୍କୁ ଓଡ଼ଗାଁ ଥାନାକୁ ବଦଳି କରାଯାଇଛି । ନୂଆଗାଁ ଥାନାରେ କାର‌୍ୟ୍ୟରତ ପୁଲିସ ଇନିସ୍ପେକ୍ଟର ପୁଷ୍ପଲତା ବେହେରାଙ୍କୁ ଶରଣକୁଳ ଥାନାକୁ ବଦଳି କରାଯାଇଛି । ନୟାଗଡ଼ ସଦର ଥାନାରେ କାର‌୍ୟ୍ୟରତ ପୁଲିସ ଇନିସ୍ପେକ୍ଟର ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ରିଜର୍ଭ ପୋଲିସରେ ଥିବା ଇନିସ୍ପେକ୍ଟର ଅନିତା ସାହୁଙ୍କୁ ସଦର ଥାନାକୁ ବଦଳି କରାଯାଇଛି । ଗଣିଆ ଥାନାରେ କାର‌୍ୟ୍ୟରତ ଇନିସ୍ପେକ୍ଟର ବିମଳ କୁମାର
ମଲ୍ଲିକଙ୍କୁ ନୂଆଗାଁ ଥାନାକୁ ବଦଳି କରାଯାଇଛି । ଭାପୁର ବିଟ୍ ହାଉସ୍ର ସବ୍ଇନିସପେକ୍ଟର ବିନୟ ରଞ୍ଜନ ପରିଡାଙ୍କୁ ଗଣିଆ ଥାନାର ଓଆଇସି ଭାବେ ବଦଳି କରାଯାଇଛି । ସେହିପରି ଫତେଗଡ଼ ଥାନାର ସବ୍ଇନିସ୍ପେକ୍ଟର ଏମଡି ଜଫୁଲାଙ୍କୁ ଭାପୁର ବିଟ୍ ହାଉସ୍କୁ ବଦଳି କରାଯାଇଛି ।

Related Posts

Seo wordpress plugin by www.seowizard.org.