Odisha News

ମହିଳାଙ୍କ ମୃତ ଦେହ ଉଦ୍ଧାର ପରକ୍ରୀୟା ପ୍ରତି ସନ୍ଦେହ

କିଶୋର ମହାମାତ୍ରଙ୍କ ରିପୋର୍ଟ
ନୟାଗଡ଼,୮/୮ : ନୟାଗଡ଼ ସ୍ଥାନୀୟ ତ୍ରିନାଥ ହୋଟେଲ ରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର। ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଏହା ପଛରେ ପରକୀୟା ପ୍ରୀତି ଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ମୃତ ମହିଳା ଜଣଙ୍କ ଫତେଗଡ ଅଞ୍ଚଳର ସିଲି ବାଘା ସିଂ ।
ମହିଳା ଜଣଙ୍କ ବିବାହିତା ଥିବା ବେଳେ ଅନ୍ୟ ଜଣେ ପୁରୁଷ ଙ୍କ ସହିତ ତିନି ଦିନ ହେବ ତ୍ରିନାଥ ହୋଟେଲ ରେ ରହୁଥିଲେ। ଗତକାଲି ଅପରାହ୍ନରେ କୈାଣସି କାର‌୍ୟ୍ୟ ରେ ହୋଟେଲ ରୁ ବାହାରକୁ ଯାଇଥିଲେ। ବାହାରୁ ଆସି ଦଖିବା ସମୟରେ ମହିଳା ରୁମ୍ ର କବାଟ ବନ୍ଦ କରି ରଖିଥିଲେ।
ବହୁ ସମୟ କବାଟ ବାଡାଇବା ପରେ କବାଟ ନ ଖୋଲିବାରୁ ହୋଟେଲ କର୍ମଚାରୀ ଙ୍କୁ ଜଣାଇବା ପରେ ତାଲା ଭାଙ୍ଗିବା ପରେ ମହିଳା ଜଣଙ୍କ ନିଜ ଲୁଗା ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିଥିଲେ। ଖବରପାଇ ନୟାଗଡ଼ ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

Related Posts

Seo wordpress plugin by www.seowizard.org.