Odisha News

ଭୁବନେଶ୍ୱରରୁ ପୁଣି ୧୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ଜଣ ସ୍ଥାନୀୟ ସଂକ୍ରମଣର ଶିକାର

ଭୁବନେଶ୍ୱର,୧୩/୭: ସୋମବାର ଦିନ ଭୁବନେଶ୍ୱରରୁ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରୁ ୧୦ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜଣା ପଡିଛି ।
ଆଜି ଜଣେ ବର୍ଷକର ଶିଶୁ କନ୍ୟା ଏବଂ ଜଣେ ୭ବର୍ଷର ବାଳକ କରୋନା ଆକ୍ରାନ୍ତ ହୋଇଛନ୍ତି । ବର୍ଷକର ଶିଶୁକନ୍ୟାଟି ରାଧାକ୍ରିଷ୍ଣ ତଳ ବସ୍ତିର ହୋଇଥିବା ବେଳେ ୭ବର୍ଷର ବାଳକ ଜଣକ ୟୁନିଟ-୫ର କେଶରୀନଗର ବସ୍ତିର ବୋଲି ଜଣାପଡିଛି । ଏ ନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।
ସେହିଭଳି ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ୪ଜଣଙ୍କ ମଧ୍ୟରେ ଘରୋଇ ହସ୍ପିଟାଲରୁ ଜଣେ, ୟୁନିଟ୬ରୁ ଜଣେ ଏବଂ ୟୁନିଟ-୫ର କେଶରୀନଗର ବସ୍ତିରୁ ଗୋଟିଏ ପରିବାରରୁ ଦୁଇ ଜଣ ଚିହ୍ନଟ ହୋଇଛନ୍ତି । ଏହି ୪ କରୋନା ଆକ୍ରାନ୍ତ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି ।
ଏହା ସହ ୨୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଜ୍ଝ ଏମାନଙ୍କ ମଧ୍ୟରୁ ସୁନ୍ଦରପଦାରୁ ଜଣେ, ସୁନ୍ଦରପଦାର ଅଭିରାମ ବସ୍ତିରୁ ଜଣେ, ୟୁନିଟ-୮ର ଡେ଼ଲ୍ଟାରୁ ଜଣେ, ବାପୁଜୀ ନଗରରୁ ଜଣେ, ସାମନ୍ତରାପୁରରୁ ୨ଜଣ, ବମିଖାଲ କେନାଲ ରୋଡ଼ରୁ ଜଣେ, ଜାଗମରାର କ୍ରିଷ୍ଣା ଗାର୍ଡେନ ନିକଟରୁ ଜଣେ, ଜାଗମରାର ମଲ୍ଲିକ କମ୍ପ୍ଲେକ୍ସରୁ ଜଣେ, ଖଣ୍ଡଗିରିର ତୃପ୍ତି ରେସିଡେନ୍ସିରୁ ଜଣେ, ଅନ୍ୟ ଜିଲ୍ଲାରୁ ଆସିଥିବା ୨ଜଣ, ଲଷ୍ମୀସାଗରର ଓଲଡ଼ ପୋଷ୍ଟ ଅଫିସ ନିକଟରୁ ଜଣେ, କଳିଙ୍ଗ ବିହାରର ଟ୍ରାଇଡେଣ୍ଟ କମ୍ପ୍ଲେକ୍ସରୁ ଜଣେ, ମଞ୍ଚେଶ୍ୱରର ୟୁପି ସ୍କୁଲ ନିକଟରୁ ଜଣେ, ଓଲଡ଼ ଟାଉନର ମହତାବ ରୋଡ଼ରୁ ଜଣେ, ବରମୁଣ୍ଡାର ବିଡିଏ କଲୋନୀରୁ ଜଣେ, ଟଙ୍କପାଣି ରୋଡ଼ର ରାଜାରାଣୀ ମନ୍ଦିର ନିକଟରୁ ଜଣେ, ସତ୍ୟନଗରର ସିଡିଓ କମ୍ପ୍ଲେକ୍ସରୁ ଜଣେ, ସତ୍ୟନଗରରୁ ଜଣେ, ଟଙ୍କପାଣି ରୋଡ଼ର ଚିଲି ପୋଖରୀରୁ ୨ଜଣ, ମଞ୍ଚେଶ୍ୱରର ପ୍ରତିଦିନ ନିଉଜ ଅଫିସ ନିକଟରୁ ୩ଜଣ, ସହିଦନଗରର ୭-୧୧ରେସ୍ତୋରାଁ ନିକଟରୁ ଜଣେ, ଡୁମୁଡୁମା ଶୁକ ବିହାର ବସ୍ତିରୁ ଜଣେ ଏବଂ ଅଶୋକ ନଗରରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Related Posts

Seo wordpress plugin by www.seowizard.org.