ଭିଡ଼ ଯୋଗୁ ଅତିଷ୍ଠ ଯାତ୍ରୀ, ଅଟକାଇଦେଲେ ଟ୍ରେନ୍
ଭଣ୍ଡାରିପୋଖରୀ,୧୦/୧୦: ବାଲେଶ୍ୱର -ଭୁବନେଶ୍ୱର ମେମୁ ଟ୍ରେନକୁ ଆଜି ଦୁଲାଖାପାଟଣା ଷ୍ଟେସନରେ ଯାତ୍ରୀ ଅଟଯାଇଛନ୍ତି। ସକାଳ ପ୍ରାୟ ୬.୩୦ମିନିଟରୁ ଏଠାରେ ଗାଡି ଅଟକି ରହିଥିବା ଜଣାପଡିଛି।
ଆଜି ସକାଳୁ ମଞ୍ଜୁରୀରୋଡ଼ ଷ୍ଟେସନରେ ଯାତ୍ରୀମାନେ ଟ୍ରେନରେ ଜାଗା ନପାଇ ଫେରି ଆସିଥିଲେ। ପରେ ପରବର୍ତ୍ତୀ ଷ୍ଟେସନ ଦୁଲାଖାପାଟଣାରେ ଅସହ୍ୟ ହୋଇ ଯାତ୍ରୀମାନେ ଟ୍ରେନ୍ ଅଟକାଇଥିଲେ।
ଟ୍ରେନ ଜାମ ଥିବାରୁ ଯାତ୍ରୀମାନେ କୌଣସି ପ୍ରକାରେ ଗାଡିକୁ ଉଠି ପାରିନଥିଲେ। ସ୍ଥାନୀୟ ଲୋକେ ଓ ଟ୍ରେନରେ ଯାଉଥିବା ଯାତ୍ରୀ ଓଲ୍ହାଇ ଗାଡି ଆଗରେ ଧାରଣା ଦେଇଥିବା ଜଣାପଡ଼ିଛି। ସେମାନଙ୍କର ଦାବି ହେଉଛି ଟ୍ରେନରେ ବଗି କମ ଥିବାରୁ ସେମାନେ ଗାଡ଼ିରେ ଯାତାୟତ କରିପାରୁନାହାନ୍ତି। ଟ୍ରେନରେ ଅଧିକ ବଗି ପାଇଁ ଦାବି କରିଛନ୍ତି।
ଏପଟେ ଟ୍ରେନ ଅଟକି ରହିବା କାରଣରୁ ଅଫ୍ଲାଇନ୍ରେ ପ୍ରାୟ ଦୁଇ ଘଣ୍ଟା ହେବ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବିଭିନ୍ନ ଷ୍ଟେସନରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।