ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ରେଡ୍

ପାରଳାଖେମୁଣ୍ଡି,୧୭/୧୨: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶନିବାର ଗଜପତି ଜିଲ୍ଲାର ରାୟଗଡ଼ା ପଞ୍ଚାୟତ ସମିତିର ସହକାରୀ ଯନ୍ତ୍ରୀ ଦୀଲିପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଭିଜିଲାନ୍ସ ଏକକାଳୀନ ସହକାରୀ ଯନ୍ତ୍ରୀଙ୍କ ବ୍ରହ୍ପପୁର ଓ ଗଜପତିର ୪ଟି ସ୍ଥାନରେ ଚଢ଼ାଉ କରିଥିବା ସୂଚନା ରହିଛି।