Odisha News

ଭତ୍ତାକୁ ନେଇ ବଡ଼ ଆଶ୍ୱସ୍ତି: ଖୁବଶୀଘ୍ର ଖାତାକୁ ଆସିବ ବକେୟା ଟଙ୍କା, ୩ ମାସର ଭତ୍ତା ଏକାଥରେ ମିଳିପାରେ

ଭୁବନେଶ୍ୱର,୧୬/୬: ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଆଉ କିଛି ଦିନ ପରେ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ମିଳିବ ।
ସଫ୍ଟୱୟାରରେ କିଛି ତ୍ରୁଟି ରହିଯାଇଛି, ତାକୁ ସଂଶୋଧନ କରାଯାଉଛି। ଏଥିପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଅଳ୍ପ ଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କ ଖାତାକୁ ଭତ୍ତା ଟଙ୍କା ଯିବ।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ସୂଚନା ଦେଇ କହିଥିଲେ, ଏ ସମସ୍ୟା ରାଜ୍ୟର ନୁହେଁ, କେନ୍ଦ୍ରର । ବୈଷୟିକ ତ୍ରୁଟି ଯୋଗୁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଛି। ୧୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨ ଲକ୍ଷ ଲୋକଙ୍କ ତ୍ରୁଟି ସୁଧୁରିଛି।
୨ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ଦେବା ଆରମ୍ଭ ହୋଇଯାଇଛି। ଯେଉଁମାନଙ୍କୁ ମିଳିନି ସେମାନଙ୍କୁ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋଟିଏ ମାସରେ ନ ହେଲେ ବି ୩ ମାସର ଭତ୍ତା ଏକାସଙ୍ଗେ ମିଳିବ ।

Related Posts