Odisha News

ବ୍ୟାନ୍ ନହଟାଇଲେ ବର୍ଜନ କରିବୁ; ମାଲିକଙ୍କୁ ଚରମ ଚେତାବନୀ ଶୁଣାଇଲେ ଯାତ୍ରା କଳାକାର !

ଭୁବନେଶ୍ୱର,୧୬/୪: ବ୍ୟାନ ନହଟିଲେ ଯାତ୍ରା ବନ୍ଦ । ଆଉ ହେବନି ଯାତ୍ରା । ମାଲିକ ସଂଘକୁ ଶକ୍ତ ଝଟ୍‌କା । ମାଲିକଙ୍କ ନିଷ୍ପତ୍ତିକୁ ରୋକଠୋକ ଚ୍ୟାଲେଞ୍ଜ କରିଛି କଳାକାର ସଂଘ । ମାଲିକ ସଂଘ ବୈଠକକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି କଳାକାର ସଂଘ ।
କଳାକାର ସଂଘ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ନରି ପଣ୍ଡା ଓ ପ୍ରତାପ ମହାନ୍ତି ଉପରୁ ବ୍ୟାନ ନ ହଟିଲେ ଷ୍ଟେଜ ଚଢିବେନି କଳାକାର । କଳାକାର କର୍ମଚାରୀ ସଂଘ ନିଷ୍ପତ୍ତି ନେଇଛି ଯେ, ଯେପର୍ଯ୍ୟନ୍ତ ନରି ପଣ୍ଡା ଏବଂ ପ୍ରତାପ ମହାନ୍ତିଙ୍କ ପ୍ରତି ହୋଇଥିବା ଅନ୍ୟାୟର ବିଚାର ନ ହୋଇଛି ସେ ପର୍ଯ୍ୟନ୍ତ ଯାତ୍ରା କଳାକାର ସଂଘ ତାଙ୍କ ସହ ରହିବ। ଏ ନେଇ ସୂଚନା ଦେଇଛନ୍ତି କଳାକାର ସଂଘ ସମ୍ପାଦକ ବାପି ପଣ୍ଡା ।
ସୂଚନା ଯେ, ଟଙ୍କା କାରବାରକୁ ନେଇ ନରି ପଣ୍ଡାଙ୍କ ଉପରେ ଆକ୍ସନ ନେଇଥିଲା ଯାତ୍ରା ମାଲିକ ସଂଘ । ଅନ୍ୟପଟେ ତାଙ୍କୁ ମାଡ ମରାଯାଇଥିବା ମଧ୍ୟ ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରିଥିଲେ ନିଜେ ନରି ପଣ୍ଡା । ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା । ଯାତ୍ରା ମାଲିକ ସଂଘ ବେଠକରେ ନରି ପଣ୍ଡା ଏବଂ ପ୍ରତାପ ମହାନ୍ତିଙ୍କୁ ବ୍ୟାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Related Posts