Odisha News

ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୭ : ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ତରଫରୁ କଳ୍ପତରୁ ପ୍ରକଳ୍ପ ଯୋଜନା ଆଧାରରେ ପରିବେଶ ସୁରକ୍ଷା ଓ ଛାତ୍ର ମାନଙ୍କ ଦାଇତ୍ୱ ନେଇ ଜହ୍ନ।ପଙ୍କ ହାଇସ୍କୁଲ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଦିତ୍ୟ ପ୍ରଧାନ ଙ୍କ ପ୍ରଥମ ଅଭିଭାଷଣ ଦ୍ୱାରା ଶୁଭାରମ୍ଭ ହୋଇଥିଲା. ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ ବି କେ ମାମିନା, ବି କେ ମିତା, ରବିଭାଇ, ପ୍ରମୋଦଭାଇ ପରିବେଶ ସୁରକ୍ଷା ର ବିଭିନ୍ନ ଦିଗ ସମ୍ବଦ୍ଧ ରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ. ବି କେ ସରୋଜ ଭାଇ ସଭା କାର୍ଯ୍ୟ ପରିଚାଳନା କରି କଳ୍ପତରୁ ପ୍ରୋଜେକଟ ମାଧମରେ ସଂସ୍ଥା ତରଫରୁ ଆଜାଦି ର ୭୫ତମ ବର୍ଷ କ୍ରମେ ୭୫ ଲକ୍ଷ ଚାରା ରୋପଣ
କରିବାକୁ ଯୋଜନା ରଖାଯାଇଛି ।
ସେ ସମ୍ଭନ୍ଧ ରେ ଦର୍ଶାଇଥିଲେ. ଶେଷରେ ଶିକ୍ଷକ ଓ ଛାତ୍ର ମାନଙ୍କ ଦ୍ୱାରା ସ୍କୁଲ ପରିସର ରେ ଚାରା ରୋପଣ କରାଯାଇଥିଲା ।
ମାଟି କାଦୁଅରେ ଭରତାପୁର ଗ୍ରାମ୍ୟ ରାସ୍ତା

ବୌଦ୍ଧ,୨୧ା୭: ବୌଦ୍ଧ ଜିଲ୍ଲା ଏକ ଛୋଟିଆ ଜିଲ୍ଲା ହୋଇଥିବା ବେଳେ ଏବେକି ଜିଲ୍ଲାର ଅନେକ ଗ୍ରାମକୁ ନିତି ଦିନିଆ ରାସ୍ତା ନାହିଁ । ଜିଲ୍ଲାର ହରଭଙ୍ଗା ବ୍ଳକର ବାଣିଭୁଷଣପୁର ଗ୍ରାମପଞ୍ଚାୟତର ଡିଗିସିରା ଗ୍ରାମକୁ ଠିକ ଭାବେ ରାସ୍ତା ନଥିବା ବେଳେ କିଛି ଦିନ ତଳେ ଗ୍ରାମର ୧୪ ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟରୁ ଫେରୁଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଗାଁକୁ ଯିବା ରାସ୍ତା ଲକ୍ଷ୍ମୀନାଳରେ ପ୍ରବଳ ପାଣି ଯୋଗୁଁ ଯାଇନପାରି ନିକଟସ୍ଥ ଏକ ଗ୍ୟାରଜରେ ରାତ୍ରୀ ଯାପନ କରିଥିବା ଏକ ଘଟଣା ଘଟିଥିବା ବେଳେ ପୁଣି ହରଭଙ୍ଗା ବ୍ଳକର ସମ୍ପୋଚ ପଞ୍ଚାୟତର ଭରତାପୁର ଗ୍ରାମ୍ୟ ରାସ୍ତାରେ ଯିବା କଷ୍ଟକର ହୋଇପଡିଛି ।
ସାମ୍ପୋଚ ପଞ୍ଚାୟତର ରାମ୍ଭିକଟା ଠାରୁ ବରଝୁଲି ଦେଇ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ଭରତାପୁର ଗ୍ରାମକୁ ଯିବାକୁ ପଡିଥାଏ । କିନ୍ତୁ ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ଭରତାପୁର ଗ୍ରାମ୍ୟ ରାସ୍ତା ବର୍ଷା ଯୋଗୁଁ ମାଟି କାଦୁଆରେ ଭରପୁର ହୋଇପଡିଛି । ଫଳରେ ଯିବା ଆସିବା କଷ୍ଟକର ହୋଇପଡିଛି । ଗ୍ରାମରେ ପାଖାପାଖି ୩୦୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ କିନ୍ତୁ ଗ୍ରାମ୍ୟ ରାସ୍ତା କଥା ନହକିବା ଭଲ ।
ପ୍ରତିଦିନ ଗ୍ରାମ୍ୟ ରାସ୍ତାରେ ଗ୍ରାମର କୋମଳି ମତି ଛାତ୍ର ଛାତ୍ରୀ ପାଠ ପଢିବା ପାଇ ବିଦ୍ୟାଳୟକୁ କାଦରେ ପଶି ଯିବାକୁ ପଡୁଛି । ସରକାର ସବୁ ଗାଁକୁ ପକ୍କା ସଡକ ନିର୍ମାଣ କଥା କହି ଡିଣ୍ଡିମ ପିଟୁଥିବା ବେଳେ କିନ୍ତୁ ବୌଦ୍ଧ ଜିଲ୍ଲାର ଭରତାପୁର ଗ୍ରାମ୍ୟ ରାସ୍ତାର ଚିତ୍ର ଦେଖିଲେ ଏହା କେବଳ କାଗଜ କଲମରେ ସୀମିତ ବୋଲି ମନେହୁଏ । ଏଣୁ ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରୁଛନ୍ତି ।

Related Posts

Seo wordpress plugin by www.seowizard.org.