ବୌଦ୍ଧ : ମେଗା ରକ୍ତଦାନ ଶିବିର ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୭/୯ : ମେଗା ରକ୍ତଦାନ ଶିବିର ପାଇଁ ସଚେତନତା ପଦଯାତ୍ରା ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ପଂଚାୟତ ଜହ୍ନାପଙ୍କ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ବିଭାଗ ଏବଂ ଜୁନିୟର ରେଡକ୍ରସ୍ ସୋସାଇଟି ସହଯୋଗରେ ଆସନ୍ତା ଅକ୍ଟୋବର ୧ ତାରିଖରେ ହେବାକୁ ଥିବା ମେଗା ରକ୍ତଦାନ ଶିବିର ପାଇଁ ଏକ ସଚେତନତା ପଦଯାତ୍ରା ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି ।
ଏହି ରକ୍ତଦାନ ଶିବିର ଅକ୍ଟୋବର ୧ତାରିଖରେ ହେବାକୁ ସ୍ଥିର କରାଯାଇଥିବାବେଳେ ଏସମ୍ପର୍କରେ ଜନସଚେତନତା ସୃଷ୍ଟି ସହ ଅଧିକ ସଂଖ୍ୟକ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଶିବିରରେ ସାମିଲ କରିବା ପଦଯାତ୍ରା କରାଯାଇଥିଲା ।
ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇ ପ୍ଲାକାର୍ଡ, ପୋଷ୍ଟର, ନେଇ ରକ୍ତଦାନ ଜୀବନ ଦାନ ସ୍ଲୋଗାନ ଦେଇ ଜହ୍ନାପଙ୍କ ଓ ନାରାୟଣନଗର ଗ୍ରାମ ପରିକ୍ରମା କରିଥିଲେ । ଏହା ସହ ଲୋକଙ୍କୁ ସଚେତନ କରିବା ନିମନ୍ତେ ଲିପଲେଟ ବଣ୍ଟନ କରିଥିଲେ ।
ଏଥିରେ ବିଦ୍ୟାଳୟ ପୂର୍ବତନ ସଭାପତି ସ୍ୱାଧୀନ ପ୍ରଧାନ, ସିଆରସିସି ସନ୍ତୋଷ ଶତପଥୀ, ରେଡ଼କ୍ରସ ଶିକ୍ଷକ ସୀତାରାମ କହ୍ନର, ଶିକ୍ଷକ ଜିତେନ୍ଦ୍ର କୁମାର ଦାସ, ଶାଶଙ୍କ ଶେଖର ମେହେର, ସ୍ୱସ୍ତିତପା ନାଏକ, ଦେବାନନ୍ଦ ପାଳ, ସୁଜିତ କୁମାର ସାହୁ, ଶୁଶାନ୍ତ କୁମାର ବିଶ୍ୱାଳ, ପ୍ରଦୀପ କୁମାର ସାହୁ, ସୁନିତା ମେହେରଙ୍କ ସହ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।




