Odisha News

ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୮/୭: ଜାତୀୟ କଂଗ୍ରେସ କମିଟି ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରସଭାପତି ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ, କେନ୍ଦ୍ରର ମୋଦି ସରକାରର ଏକଛତ୍ରବାଦ ନୀତି ଏବଂ ଭାରତ ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମିଥ୍ୟା ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜେରା କରିବା ପ୍ରତିବାଦ ରେ, ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ନବ କୁମାର ମିଶ୍ର ଙ୍କ ନେତୃତ୍ୱରେ ବୌଦ୍ଧ କୋର୍ଟ ଛକ ସ୍ଥିତ ଡଃ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସମ୍ଭୁଖରେ ବୁଧବାର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟିର ବରିଷ୍ଠ ନେତା ସୁଧୀର କର୍ଣ୍ଣ,ସମରେଶ ମିଶ୍ର, ଶାନ୍ତନୁ ମହାପାତ୍ର, ତାରେଣୀ ଜେନା, ଗଣେଶ ଅଗ୍ରୱାଲ, ଅର୍ଜୁନ ମହାନନ୍ଦିଆ, ବେଣୁଧର ମେହେର, ପ୍ରଦୀପ ଦାସ, ଯାମିନି ମୁଖି, ରୋହିତ ବେହେରା, ଚିତ୍ତ ବେହେରା, ପୋଲାଷ୍ଟି ପ୍ରଧାନ, ପିସିସି ସଦସ୍ୟ ରାୟ ସଞ୍ଜୀବ ଦେଓ, ଉଦ୍ଧବ ବେହେରା,ସୁଶିଲ ହୋତା, ଗଣ୍ଡଧର ସ୍ୱାଇଁ, ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ, ଲିଗାଲ
ସେଲ ସଭାପତି ବିଶ୍ୱଜିତ୍ ମିଶ୍ର, ସମରେନ୍ଦ୍ର ମହାକୁଡ, ନାରାୟଣ ବେହେରା, ମହିଳା କଂଗ୍ରେସ ସମ୍ପାଦିକା ମମତା ପଣ୍ଡା, କଂଗ୍ରେସ ନେତ୍ରୀ ପ୍ରଭାତୀ ବେହେରା,ମଞ୍ଜୁ ବେହେରା,ସ୍ଵତି ନାୟକ, ମିନତି ନାୟକ, ଝୁଣୁ ନାୟକ୍, ସସ୍ମିତା ତରିଆ, ସରୋଜିନୀ ବେହେରା, ମେନକା ବେହେରା, ସେବା ଦଳ ସଭାପତି କନିଷ୍ଠ ରାଜହଂସ, ହରଭଙ୍ଗ। ବ୍ଲକ ସଭାପତି ପଙ୍କଜ କର୍ଣ୍ଣ, ସମ୍ପାଦକ ସତ୍ୟନାରାୟଣ ବେହେରା, ସୋସିଆଲ ମିଡ଼ିଆ ଜିଲ୍ଲା ସଂଯୋଜୋକ ନୀତେଶ ମେହେର, ଚାଷୀ ନେତା ମନୋଜ ସାହୁ, ପ୍ରମୁଖ ଯୋଗ ଦେଇ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ପାଳନ କରି ଥିଲେ ।

ବୌଦ୍ଧ ଜିଲ୍ଲା ବିଜେପି, ଓବିସି ମୋର୍ଚ୍ଚା ତରଫରୁ ଶିକ୍ଷା କ୍ଷେତ୍ରରେ ନାମ ଲେଖାରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦାବି
ବୌଦ୍ଧ, ୨୮/୭: ବୌଦ୍ଧ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ତରଫରୁ ଶିକ୍ଷା କ୍ଷେତ୍ରରେ ନାମଲେଖା ରେ ଓବି ସି. ବର୍ଗଙ୍କୁ ସଂରକ୍ଷଣ ପ୍ରଦାନ ଦାବିରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଉଛି ।
ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ପୂର୍ଣ୍ଣ ଚନ୍ଦ୍ର ଗାଈ ଗୌରୀଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଦାବି ପତ୍ର ପ୍ରଦାନ କରିଥିଲେ, ସମ୍ବିଧାନ ର ବିଧି ବ୍ୟବସ୍ତା ମଧ୍ୟରେ ସମଗ୍ର ଦେଶ ରେ ଓବିସି ବର୍ଗର ଛାତ୍ର ଛାତ୍ରୀ ନାମ ଲେଖା ପାଇଁ ଶିକ୍ଷାନୁଷ୍ଠାନ ମାନଙ୍କରେ ୨୭ ଭାଗ ସଂରକ୍ଷଣ ପ୍ରାବଧାନ କରି କେନ୍ଦ୍ର ସରକାର କାର୍ଯ୍ୟ କାରି କରିଛନ୍ତି, କିନ୍ତୁ ଓଡ଼ିଶା ସରକାର ରାଜ୍ୟ ରେ ଏହି ବ୍ୟବସ୍ଥା ଗ୍ରହଣ କରି ନାହାନ୍ତି ।
ଏଣୁ ଓଡ଼ିଶା ସରକାର ଙ୍କୁ ନିବେଦନ ଏହି ପ୍ରସଙ୍ଗ କୁ ଗମ୍ଭୀରତା ର ସହ ବିଚାର କରି ପାଛୁଆ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ଉନ୍ନତୀ ପାଇଁ ସେମାନଙ୍କ ନାମ ଲେଖା ସଂରକ୍ଷଣ କୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟପାଳ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଦାବି କରି ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଙ୍କ ସମେତ ବିକାଶ ମହାକୁଡ ,ଶମ୍ଭୁ ପ୍ରଧାନ,ପଦ୍ମ କିଶୋର ନାଇକ, କୁନା ମାହାର,ତାପସ ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତି ଥିଲେ ।
ବୌଦ୍ଧ : ନୂତନ ଜଳଛାୟା ପ୍ରକଳ୍ପ କମିଟି ଗଠନରେ ଅନିୟମିତତା ଅଭିଯୋଗ , ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲେ ଗ୍ରାମବାସୀ
ବୌଦ୍ଧ,୨୮/୭: ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଳକର ରୁଣ୍ଡିମହୁଲ ଗ୍ରାମପଞ୍ଚାୟତର କେଙ୍କମଂଜି, ଡୁମୁରିଗୋରା, ଝାରଫେସପେରେଡି, ବରପଦର , ଟାଙ୍ଗିଆପଦର ଆଦି ୫ ଖଣ୍ଡ ଗ୍ରାମକୁ ନେଇ ଏକ ନୁତନ ଜଳଛାୟା ପ୍ରକଳ୍ପ କମିଟିି ଗଠନ ପାଇଁ ଜଳ ବିଭାଜିକା ଓ ମୁର୍ତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଗତ ୧୧ ତାରିଖରେ ନୁତନ ଜଳଛାୟା ପ୍ରକଳ୍ପ କମିଟି ଗଠନ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଥିଲା ।
ଉକ୍ତ ନିର୍ଦ୍ଦେଶରେ ଗତ ୨୫ ତାରିଖରେ ବରପଦର ମଣ୍ଡପଠାରେ ସଭା କରିବାକୁ ନିର୍ଦ୍ଦେଶ ରହିଥିଲା । କିନ୍ତୁ ଉକ୍ତ ଦିନ ବରପଦର ମଣ୍ଡପଠାରେ ସଭା ନହୋଇ ବାଲିଯୋରୀ କଂକ୍ରିଟ ପଡିଆ ଠାରେ ସଭା ଅନୁଷ୍ଠିତ ହୋଇଥିଲା । କିନ୍ତୁ ସଭା ଚାଲିଥିବା ସମୟରେ ଅନ୍ୟ ୬ ଖଣ୍ଡ ଗ୍ରାମର ଲୋକମାନେ ଆସିବାରୁ ଗଣ୍ଡଗୋଳ ହେବାରୁ ସଭା ଅଧାରୁ ବନ୍ଦ ହୋଇଯାଇଥିଲା । ଫଳରେ ସଭାରେ ବସିଥିବା ଜଳିିବିଭାଜିକା ଓ ମୃତ୍ତିକ ସଂରକ୍ଷଣ ବିଭାଗ କର୍ମଚାରୀ ଓ ଜନ ପ୍ରତିନିଧି ଓ ଲୋକମାନେ ଅଧାରୁ ଚାଲିଯାଇଥିଲେ ।
କିନ୍ତୁ କେତେ ଜଣ ଲୋକମାନେ ଜଳିିବିଭାଜିକା ଓ ମୃତ୍ତିକ ସଂରକ୍ଷଣ ବିଭାଗ କର୍ମଚାରୀଙ୍କୁ ଅଟକାଇ ଏକ କମିଟି ଗଠନ କରାଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପରେ ବୁଧବାର ଦିନ ଉକ୍ତ ୫ ଖଣ୍ଡ ଗ୍ରାମର ଗ୍ରାମବାସୀ ମାନେ ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବା ସହ ଗଠନ କରାଯାଇଥିବା କମିଟିକୁ ରଦ୍ଧ କରିବାକୁ ଦାବୀ ପତ୍ର କରିଥିଲେ । ଦାବୀପତ୍ର ପ୍ରଦାନ ସମୟରେ ଅନିଲ କୁମାର ପ୍ରଧାନ, ରଙ୍କମଣୀ ପ୍ରଧାନ, ସମ୍ପତି ଦଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ : ୫୧ କେଜି ଗଂଜେଇ ସହ କାର ଜବତ , ଦୁଇ ବାହାର ରାଜ୍ୟର ଅଭିଯୁକ୍ତ ଗିରଫ
ବୌଦ୍ଧ,୨୮/୭: ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଏକ ଚୋରା ଗଂଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଥିବା ବେଳେ ୫୧ କେଜି ଗଂଜେଇ ସହ ଗୋଟିଏ କାର ଜବତ କରି ଥିବା ବେଳେ ଦୁଇ ଜଣ ବାହାର ରାଜ୍ୟର ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି ।
ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ବୁଧବାର ଦିନ ଗଂଜେଇ ଚାଲାଣ ହେଉଥିବା ଖବର ପାଇ ବୌଦ୍ଧ ଅବକାରୀ ବିଭାଗ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ସହରର ବ୍ରିଜ ଛକ ନିକଟରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆଗରେ ଜଗିରହିଥିଲେ । ଏହି ସମୟରେ ଏକ ମାରୁତି ସୁଜୁକି କାର ( ଓଡି -୦୫-ଏଚ – ୬୮୦୦) ମୁରୁଷୁଣ୍ଡି ପଟୁ ଆସୁଥିବା ବେଳେ ସନ୍ଦେହରେ ଅଟକାଇଥିଲେ ।
କାର ଭିତରକୁ ୫୧ କେଜି ଗଂଜେଇ ଜବତ କରିବା ସହ କାରକୁ ମଧ୍ୟ ଜବତ କରିଥିଲେ । କାର ଭିତରେ ଛତିଶଗଡ ରାଜ୍ୟର ରାୟଗଡ ଜିଲ୍ଲାର ଲଲଲୁଙ୍ଗା ଥାନାର କୁଂଜରା ଗ୍ରାମର ଦିଲ କୁମାର ଭଗତ(୩୮) ଓ ପ୍ରମୋଦ କୁମାର ପ୍ରଧାନ (୩୧)ଙ୍କୁ ମଧ୍ୟ ଗିରଫ କରିଥିଲୋ । ଏନେଇ ଏକ ମାମଲା ରୁଜ କରି ଦୁଇ ଅଭିଯୁକ୍ତଙ୍କୂ ବୁଧବାର ଦିନ କୋର୍ଟ ଚାଲାଣ କରିଯାଇଛି । ଏହି ଚଢାଉରେ ଇନ୍ସିପେକଟର ସ୍ପନ୍ଦନ ମହାନ୍ତି , ଏଏସଆଇ ରୁପେଶ ମୁଖି , ପ୍ରିୟଜନ କହଁର, ସତ୍ୟନନ୍ଦନ ମୁଖି ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ ।
ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ବୌଦ୍ଧ ଜିଲ୍ଲାରେ ଶତପ୍ରତିଶତ ସଫଳତା
ବୌଦ୍ଧ,୨୮ା୭ : ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବାବେଳେ ବୌଦ୍ଧଜିଲ୍ଲାରେ ଛାତ୍ରଛାତ୍ରୀମାନଙ୍କୁ ଶତ ପ୍ରତିଶତ ସଫଳତା ମିଳିଥିବା ଜଣାଯାଇଛି । ମିଳିଥିବା ସୂଚନା ମୁତାବକ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ୬୩ ଜଣ ଛାତ୍ରଛାତ୍ରୀ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ପ୍ରଧ୍ୟରୁ ୨୫ ଜଣ ପ୍ରଥମ ଶ୍ରେଣୀରେ,୨୫ ଜଣ ଦ୍ୱିତିୟ ଶ୍ରେଣୀରେ ଓ ୧୩ ଜଣ ତୃତୀୟ ଶ୍ରେଣୀରେ ପାଶ କରିଥିବା ଜଣାଯାଇଛି ।
ସେହିପରି ଯୁକ୍ତଦୁଇ ବଣିଜ୍ୟରେ ୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଦ୍ୱିତିୟ ଶ୍ରେଣୀରେ ଓ ୨ ଜଣ ତୃତୀୟ ଶ୍ରେଣୀରେ ପାଶ କରିଥିବା ଜଣାଯାଇଛି । କଣ୍ଟାମାଳ କଲେଜ ରେ ଯୁକ୍ତ ଦୁଇ ବିଜ୍ଞାନରେ ୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୪ ଜଣ ପ୍ରଥମ ଶ୍ରେଣୀରେ,୩ ଜଣ ଦ୍ୱିତିୟ ଶ୍ରେଣୀରେ ଓ ୪ ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଛନ୍ତି ।
ସେହିପରି କେବି ହିଷ୍ଟ କଲେଜ୍‌ରେ ଯୁକ୍ତଦୁଇ ବିଜ୍ଞାନ ପାଠ୍ୟକ୍ରମ ଥିବାବେଳେ ଚଳିତବର୍ଷ ୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୦ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାଶ କରିଥିବାବେଳେ ୩ ଜଣ ଦ୍ୱିତିୟ ଶ୍ରେଣୀରେ ଓ ଜଣେ ତୃତୀୟ ଶ୍ରେଣୀରେ ପାଶ କରିଥିବା ଜଣାଯାଇଛି । ଛାତ୍ରଛାତ୍ରୀଙ୍କ ସଫଳତା ନେଇ ଅଭିଭାବକ ମହଲରେ ଆନନ୍ଦ ପ୍ରକାଶ ପାଇଛି ।

Related Posts

Seo wordpress plugin by www.seowizard.org.