Odisha News

ବୌଦ୍ଧରେ ମାନବ ଚାଲାଣ ରୋକିବା ନେଇ ଜିଲ୍ଲାସ୍ତରୀୟ ସଚେତନତା ଓ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୧/୧୧ : ବୌଦ୍ଧ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହଠାରେ ମାନବ ଚାଲାଣ (Anti-Human Trafficking) ରୋକିବା ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ଓ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ସିଡିଓ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଓ ଉପଜିଲ୍ଲାପାଳ ଶ୍ରୀ ବିନୟ କୁମାର ଭୋଇ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।
ଜିଲ୍ଲା ସମାଜ ମଙ୍ଗଳ କାର‌୍ୟ୍ୟାଳୟ (DSWO) ଏବଂ ମହିଳା ସଶକ୍ତିକରଣ ଜିଲ୍ଲା ହବ୍ (DHEW) ପକ୍ଷରୁ ଆୟୋଜିତ ଏହି ବୈଠକରେ ମାନବ ଚାଲାଣର ନିରାକରଣ, ମହିଳା ଓ ଶିଶୁଙ୍କ ସୁରକ୍ଷା, ବିପଦସଙ୍କୁଳ ବର୍ଗଙ୍କ ଚିହ୍ନଟ, ଉଦ୍ଧାର, ଥଇଥାନ ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ମାନବ ଚାଲାଣମୁକ୍ତ ଓ ସୁରକ୍ଷିତ ସମାଜ ଗଠନ ପାଇଁ ସାମୂହିକ ଶପଥ ପାଠ ସହିତ ସମସ୍ତଙ୍କ ମିଳିତ ଉଦ୍ୟମ ଓ ଜନସଚେତନତା ଅତ୍ୟନ୍ତ ଜରୁରୀ ବୋଲି ଆହ୍ୱାନ ଦିଆଯାଇଥିଲା।

Related Posts