Odisha News

ବୌଦ୍ଧରେ ଏସ୍‌ଆଇଆର୍-୨୦୨୬ର ଦାବି ଓ ଆପତ୍ତି ଶୁଣାଣି ପ୍ରକ୍ରିୟାର ସମୀକ୍ଷା କଲେ ସିଇଓ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୮/୭: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR-୨୦୨୬) ଅନ୍ତର୍ଗତ ଚାଲିଥିବା ଦାବି ଓ ଆପତ୍ତି ଗ୍ରହଣ ଏବଂ ଶୁଣାଣି ପ୍ରକ୍ରିୟାର ତଦାରଖ ଓ ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ (CEO), ଓଡ଼ିଶାଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଶ୍ରୀ ଶାଶ୍ୱତ ପ୍ରଧାନ ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରିଥିଲେ।
ପୂର୍ବାହ୍ନରେ ସେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ଚାଲିଥିବା ଦାବି ଓ ଆପତ୍ତିର ଶୁଣାଣିରେ ୨୨୨ ଜଣ ଭୋଟର ଉପସ୍ଥିତ ଥିଲେ। ଶ୍ରୀ ପ୍ରଧାନ AERO-କମ୍- ଏବିଡିଓ, ହରଭଙ୍ଗାଙ୍କ ସହ ଆଲୋଚନା କରିବା ସହିତ ଉପସ୍ଥିତ ଭୋଟରମାନଙ୍କ ସହ ମଧ୍ୟ ମତବିନିମୟ କରିଥିଲେ।ପରବର୍ତ୍ତୀ ପର୍ଯ୍ୟାୟରେ ସେ ବୌଦ୍ଧ ପୌରପରିଷଦ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।
ସେଠାରେ AERO-କମ୍-ନିର୍ବାହୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଶୁଣାଣି ଚାଲିଥିବା ବେଳେ ୧୬୧ ଜଣ ଭୋଟର ଉପସ୍ଥିତ ରହିଥିଲେ।ଏହାପରେ ଶ୍ରୀ ପ୍ରଧାନ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗସ୍ତ କରିଥିଲେ।
ସେଠାରେ ପ୍ରାୟ ୨୦୦ ଜଣ ଭୋଟର ଦାବି ଓ ଆପତ୍ତିର ଶୁଣାଣି ପାଇଁ ଉପସ୍ଥିତ ଥିଲେକ୍ଷ AERO-କମ୍- ତହସିଲଦାର, ବୌଦ୍ଧ ସେହି ଦିନର ସମସ୍ତ ଶୁଣାଣିର ସଫଳ ନିଷ୍ପତ୍ତି କରିଥିଲେ। ଶ୍ରୀ ପ୍ରଧାନ ସ୍ୱୟଂ ଉପସ୍ଥିତି ଲିଷ୍ଟ ଯାଞ୍ଚ କରିବା ସହ ଭୋଟରମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବଶ୍ୟକ ଦଲିଲପତ୍ରର ମଧ୍ୟ ଦେଖିଥିଲେ।
ଅପରାହ୍ନରେ ଋଜଙ-କମ୍-ଅତିରିକ୍ତ ଜିଲ୍ଲାପାଳ, ବୌଦ୍ଧ ଅନିରୁଦ୍ଧ ପଧାନଙ୍କ ସଭାପତିତ୍ୱରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ERO-କମ୍- ଉପଜିଲ୍ଲାପାଳ, ବୌଦ୍ଧ ବିନୟ କୁମାର ଭୋଇ ମଧ୍ୟ ଉପସ୍ଥିତ ଥିଲେ। ଡେପୁଟି କଲେକ୍ଟର ମନସିତ ସ୍ୱରୂପ (ନିର୍ବାଚନ) ଜିଲ୍ଲାରେ ଚାଲିଥିବା SIR-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନା ରଖିଥିଲେ।
ବୈଠକରେ ଶ୍ରୀ ପ୍ରଧାନ ସମସ୍ତ AEROମାନଙ୍କୁ ଭୋଟରମାନଙ୍କ ନିକଟରେ ନୋଟିସ ବିତରଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ସେ BLOମାନଙ୍କୁ ମଧ୍ୟ ନିର୍ବାଚନ ପ୍ରକ୍ରିୟାର ମୂଳସ୍ତରର କର୍ମୀ ଭାବେ ନିଷ୍ଠାର ସହ ନିଜ ଦାୟିତ୍ୱ ସମ୍ପାଦନ କରିବାକୁ ଆହ୍ୱାନ କରିଥିଲେ।
ବୈଠକ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଦ୍ୱାରା ଆୟୋଜିତ ଭର୍ଚୁଆଲ୍ ସମୀକ୍ଷା ବୈଠକରେ ଶ୍ରୀ ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ଦାବି ଓ ଆପତ୍ତିର ଶୁଣାଣିକୁ ସମୟସୀମା ମଧ୍ୟରେ ତ୍ରୁଟିମୁକ୍ତ ଭାବେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆସନ୍ତା ୦୬ ସେପ୍ଟେମ୍ବର ୨୦୨୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବାରୁ ସମସ୍ତ କାର୍ଯ୍ୟକୁ ସଠିକ୍ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ CEO କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Related Posts