Odisha News

ବିଜେଡି ବିଧାୟକଙ୍କ ଘରେ ପଶିଲା ଇଡି; ୧୦ ସ୍ଥାନରେ ଚଢ଼ାଉ

ଭଦ୍ରକ,୧୫/୨: ବିଜେଡି ବିଧାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଗୁରୁବାର ସକାଳେ ଇଡି ପକ୍ଷରୁ ଚଢାଉ କରାଯାଇଛି।
ବିଜେଡି ବିଧାୟକଙ୍କ ଭଦ୍ରକ ନୂଆବଜାର ବାସଭବନରେ ଇଡିର ୬ଜଣିଆ ଟିମ୍ ଚଢାଉ କରିଛନ୍ତି। ଏଥିସହ ଇଡି ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରିଛି।
ଭଦ୍ରକ ସହରର ୪ଟି ସ୍ଥାନରେ ଓ ଭୁବନେଶ୍ୱରର ୬ଟି ସ୍ଥାନରେ ଇଡି ରେଡ୍ କରିଥିବା ସୂଚନା ରହିଛି। ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍ କରାଯାଇଛି।

Related Posts

Seo wordpress plugin by www.seowizard.org.