Odisha News

ବାତ୍ୟା ଅକବନ ଓଡ଼ିଶା ମୁହାଁ, ଏକଧିକ ଉପକୂଳବର୍ତ୍ତୀ ଜିଲ୍ଲାର ଖୋଲା ରହିବ ଶିକ୍ଷାନୁଷ୍ଠାନ, କିନ୍ତୁ ବନ୍ଦ ରହିବ ପାଠପଢ଼ା

ଭୁବନେଶ୍ୱର, ୧୮/୧୧ : ବାତ୍ୟା ଅକଭାନକୁ ନେଇ ରାଜ୍ୟରେ ବଢ଼ିଲା ସତର୍କତା। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ୬ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ନଭେମ୍ବର ୧୯ ତାରିଖରୁ ୨୧ ତାରିଖ ପର‌୍ୟ୍ୟନ୍ତ ଏହି ଜିଲ୍ଲାଗୁଡ଼ିକରେ ସ୍କୁଲ ବନ୍ଦ ରହିବ।
ତେବେ ପ୍ରଶାସନର ଘୋଷଣା ଅନୁସାରେ ପୁରୀ, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, କନ୍ଧମାଳ ଏବଂ ଜଗତସିଂହପୁର ଜିଲ୍ଲାରେ ତିନି ଦିନ ପାଇଁ ସ୍କୁଲ ଛୁଟି ରହିବ। ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ପାଣିପାଗ ପରିସ୍ଥିତିକୁ ଆଖି ଆଗରେ ରଖି ଏହି ପଦକ୍ଷେପ ନିଆଯାଇଛି।
ବାତ୍ୟା ସମୟରେ ଛାତ୍ରଛାତ୍ରୀଙ୍କ ଯାତାୟାତ ଓ ସୁରକ୍ଷାକୁ ନେଇ ଯେପରି କୌଣସି ବିପଦ ସୃଷ୍ଟି ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଏପଟେ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନଗୁଡ଼ିକୁ ମଧ୍ୟ ସତର୍କ ରହିବାକୁ ପଡ଼ିବ। ସମ୍ଭାବ୍ୟ ପବନ ଓ ବର୍ଷାର ପ୍ରଭାବକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷା, ଜରୁରୀ ସେବା ଏବଂ ବିପର‌୍ୟ୍ୟୟ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଉଛି।
ତେବେ ନଭେମ୍ବର ୧୯ରୁ ୨୧ ତାରିଖ ଯାଏଁ ଏହି ୬ ଜିଲ୍ଲାର ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲ ଛୁଟି ସମ୍ପର୍କିତ ନିର୍ଦ୍ଦେଶକୁ ଧ୍ୟାନ ଦେବା ସହ ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ସୂଚନା ଉପରେ ନଜର ରଖନ୍ତୁ।

Related Posts