Odisha News

ବରଗଡ଼ରେ ପିଇଓ କାର୍ତ୍ତିକେଶ୍ୱର ବେହେରାଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ

ବରଗଡ଼, ୨୨/୯ : ସକାଳୁ ସକାଳୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ପଶିଛି ଭିଜିଲାନ୍ସ ଟିମ୍ । ବରଗଡ଼ ଜିଲ୍ଲା ଗାଏସିଲଟ୍ ବ୍ଲକ୍ କଟାଭାଲ ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ତ୍ତିକେଶ୍ୱର ବେହେରା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଭିଜିଲାନ୍ସ ମୋଟ ୬ଟି ସ୍ଥାନରେ ଚଢ଼ଉ କରିଛି ।
ଗାଏସିଲଟ ବ୍ଲକ କନ୍ଦାଗାଡ଼ରେ ଥିବ ୨ ମହଲା ବାସଭବବ, ଗୋଟିଏ ମାର୍କେଟ କଂପଲେକ୍ସ, ଗୋଟିଏ ଗୋଦାମ ଘର, ନିର୍ମାଣାଧୀନ ୪ ମହଲା କୋଠା, ପୈତୃକ ଘର ସହ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ କରିଛି ।
ବରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ନିର୍ଦ୍ଦେଶରେ ୫ ଜଣ ଡିଏସପି, ୮ ଇନସ୍ପେକ୍ଟର, ୨ ଏଏସ୍ଆଇ ଏବଂ ଅନ୍ୟ ସହ କର୍ମଚାରୀ ଏହି ଚଢ଼ଉ କରୁଛନ୍ତି । ଖବର ଲେଖାଯିବା ବେଳକୁ କେତେ ସମ୍ପତ୍ତି ମିଳିଛି ସେ ନେଇ ସୂଚନା ମିଳିପାରିନଥିଲା ।

Related Posts