Trending Now

Northeast’s Lone Participant Among 66 Global Competitors Wins Gold at Prestigious International Olympiad

 Nobel Prize 2026: Medicine award goes to Karl Deisseroth, Peter Hegemann and Georg Nagel

୧୫ ତାରିଖରେ ଛାତ୍ରସଂସଦ ନିର୍ବାଚନ, ୧୬ରେ ଶପଥ ଗ୍ରହଣ: ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଗଜପତି : ମହେନ୍ଦ୍ରଗିରିରେ ସଫଳତାର ସହ ଉଦ୍‌ଯାପିତ ହେଲା ୨୩ତମ ଜାତୀୟ ଏମଟିବି ସାଇକ୍ଲିଂ ଚାମ୍ପିଅନସିପ୍

ମାରଡା ନିକଟରେ କୁମ୍ଭୀର ଆକ୍ରମଣରେ ଗୁରୁତର ଯୁବକଙ୍କୁ ଅଣାଗଲା ବୌଦ୍ଧ ଡାକ୍ତର ଖାନା

ଖୋରଧା ଜିଲ୍ଲାରେ ବିଏଲ୍‌ଓଙ୍କ ଘରକୁ ଘର ଯାଞ୍ଚ; ଅକ୍ଟୋବର ୩୧ ସୁଦ୍ଧା ନାମ ସାମିଲ ପ୍ରକ୍ରିୟା

logo
  • Top Stories
  • Business News
  • National News
  • Ollywood News
  • Sports News
  • Odisha News
  • Bollywood
  • Advertise
Home Odisha News
Odisha News

ବଦଳିଲା ନବୀନ ପଟ୍ଟନାୟକଙ୍କ ସୋଶିଆଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍

By Odisha News Online Jun 12, 2024 579

ଓଡ଼ିଶା, ୧୨/୬ : କ୍ଷମତା ଯିବା ପରେ ବଦଳିଗଲା ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍ । ପୂର୍ବରୁ ସୋଶାଲ ମିଡିଆରେ ଷ୍ଟାଟସ୍ରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଲେଖୁଥିବା ନବୀନ ପଟ୍ଟନାୟକ ଏବେ ଏହାକୁ ବଦଳାଇ ଦେଇଛନ୍ତି।
ଏହା ସ୍ଥାନରେ ବିଜୁ ଜନତାଦଳ ସଭାପତି ବୋଲି ସେ ଉଲ୍ଲେଖ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍ ଏବେ ଚର୍ଚ୍ଚାର କାରଣ ପାଲଟିଛି।
ଦୀର୍ଘ ଅଢେଇ ଦଶନ୍ଧି ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଏଥର କିନ୍ତୁ ଗାଦିଚ୍ୟୁତ ହୋଇଛନ୍ତି। ଏହାପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି।
ଜନାଦେଶ ବିଜେପି ସପକ୍ଷରେ ଯାଇଥିବା ବେଳେ ଆଜିଠୁ ରାଜ୍ୟରେ ଆରମ୍ଭ ହେବ ବିଜେପି ଶାସନ । ଆଜି ଏକ ଭବ୍ୟ ସମାରୋହରେ ଶପଥ ନେବେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଏହା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲଟି ଯାଇଥିବା ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ନିଜ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍କୁ ବଦଳାଇ ଦେଇଛନ୍ତି। ଉଭୟ ଏକ୍ସ ଓ ଇନଷ୍ଟାଗ୍ରାମରେ ନବୀନ ପଟ୍ଟନାୟକ ନିଜକୁ ବିଜୁ ଜନତା ଦଳ ସଭାପତି ବୋଲି ଲେଖିଛନ୍ତି ।
ଆଜିଠୁ ରାଜ୍ୟରେ ମୋହନ ମାଝୀଙ୍କ ସରକାର ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ସମାରୋହରେ ସାମିଲ ହେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି।
ଏହି ସମାରୋହରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ, ଏମ୍ପି ଓ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଯୋଗ ଦେବେ। ସେଥିନିମନ୍ତେ ଭୁବନେଶ୍ୱରରେ ୬୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

Tags: Bhubaneswar ex chief minister naveen patnaik change his profile from social media ODISHA

Post navigation

Previous Previous post:

Chandrababu Naidu takes oath as Andhra Chief Minister, PM, NDA allies present

Next Next post:

Several Indians among 41 dead, dozens injured in Kuwait building fire

Related Posts

ବାଲିଗୁଡା : ଜୀବନ କୁ ବାଜି ଲଗାଇ ଟ୍ୟୁବ୍ ସାହାଯ୍ୟରେ ରୋଗୀଙ୍କୁ ନଦୀ ପାର,ରାସ୍ତା ଓ ପୋଲ ନିର୍ମାଣ ପାଇଁ ଦାବୀ

By Odisha News Online Sep 13, 2023

ଗୋମାଂସ କାଟି ଦୁଇ ଗିରଫ: ମାଂସ ଜବତ

By Odisha News Online Apr 5, 2025

ଲଣ୍ଡାଗାଁ ଠାରୁ ସିନ୍ଧୁଗୋରା ଦେଇ ଯାଇଥିବା ଖଡ଼ଗ ନଦୀ ସେତୁ ଶୋଚନୀୟ : ସେତୁ ଉପରୁ ସିମେଣ୍ଟ ଛାଡି ଗଲାଣି

By Odisha News Online Jul 26, 2023

Join Us

  • Facebook Like us on Facebook
  • Twitter Follow us on Twitter

Recent Posts

  • Northeast’s Lone Participant Among 66 Global Competitors Wins Gold at Prestigious International Olympiad

    Oct 5, 2026

  •  Nobel Prize 2026: Medicine award goes to Karl Deisseroth, Peter Hegemann and Georg Nagel

    Oct 5, 2026

  • ୧୫ ତାରିଖରେ ଛାତ୍ରସଂସଦ ନିର୍ବାଚନ, ୧୬ରେ ଶପଥ ଗ୍ରହଣ: ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

    Oct 5, 2026

Trending Now

  • Kohli credits team effort for historic ODI series win vs Proteas

    Feb 14, 2018

  • Rohit Sharma ends SA hoodoo

    Feb 14, 2018

  • 4 hockey players from Odisha in Team India for Azlan Shah Cup

    Feb 20, 2018

Quick Links

  • Top Stories
  • Business News
  • National News
  • Ollywood News
  • Sports News
  • Odisha News
  • Bollywood
  • Advertise

Recent Posts

  • Northeast’s Lone Participant Among 66 Global Competitors Wins Gold at Prestigious International Olympiad
  •  Nobel Prize 2026: Medicine award goes to Karl Deisseroth, Peter Hegemann and Georg Nagel
  • ୧୫ ତାରିଖରେ ଛାତ୍ରସଂସଦ ନିର୍ବାଚନ, ୧୬ରେ ଶପଥ ଗ୍ରହଣ: ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
  • ଗଜପତି : ମହେନ୍ଦ୍ରଗିରିରେ ସଫଳତାର ସହ ଉଦ୍‌ଯାପିତ ହେଲା ୨୩ତମ ଜାତୀୟ ଏମଟିବି ସାଇକ୍ଲିଂ ଚାମ୍ପିଅନସିପ୍
  • ମାରଡା ନିକଟରେ କୁମ୍ଭୀର ଆକ୍ରମଣରେ ଗୁରୁତର ଯୁବକଙ୍କୁ ଅଣାଗଲା ବୌଦ୍ଧ ଡାକ୍ତର ଖାନା
© Copyright 2015  - Odisha News Online
  • Privacy policy
  • Advertising
  • Contact us