Odisha News

ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ,ନିମନ୍ତ୍ରଣ ପତ୍ର ବାଣ୍ଟିଲେ କଣ୍ଟାମାଳ ବିଧାୟକ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୩ : ଆଗାମୀ ଅପ୍ରେଲ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ‘ପ୍ରବେଶ ଉତ୍ସବ ଓ ଖଡିଛୁଆଁ ‘ କାର୍ଯ୍ୟକ୍ରମରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଅଭିଭାବିକା ମାନଙ୍କୁ ସଚେତନ କରିବା ସହିତ ଆଜି ବୌଦ୍ଧ ବ୍ଳକ ବାଉଁଶୁଣୀ ଅଞ୍ଚଳରେ ଏକ ସ୍ଵତନ୍ତ୍ର ଅଭିଯାନରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ବଣ୍ଟାଯାଇଥିଲା ।
ନୂତନ ଶିକ୍ଷାବର୍ଷ ରେ ୫ ରୁ ୧୪ ବର୍ଷର ସମସ୍ତ ପିଲାଙ୍କ ନାମ ଲେଖାଇବା ପାଇଁ ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଅଭିଯାନ କରାଯାଇଛି । ଏହି ଅଭିଯାନରେ ସାମିଲ ହୋଇ ଶନିବାର କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜୋନ୍ ନମ୍ବର ୪ ର ଜିଲ୍ଲା ପରିଷଦ ସଭ୍ୟ ରାକେଶ କୁମାର ତ୍ରିପାଠୀ, ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ, ବୌଦ୍ଧ ବ୍ଳକ ଶିକ୍ଷାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ , ବାଉଁଶୁଣୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ବେହେରାଙ୍କ ସହ ନାମଲେଖା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଘରକୁ ଘର ବୁଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତରଫରୁ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ ।
ଆହୁରି ମଧ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ଏହି ଅଭିଯାନରେ ସାମିଲ ହୋଇଥିଲେ । ୫ ରୁ ୧୮ ବର୍ଷ ବୟସର ଜଣେବି ଯୋଗ୍ୟ ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ନ ହୁଅନ୍ତୁ ବୋଲି ବିଧାୟକ କଣ୍ଟାମାଲ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନୁରୋଧ କରିଥିଲେ ।

Related Posts