ପ୍ରକୃତରେ ଯିଏ ଗରିବ, ତାଙ୍କର ରାସନ କାର୍ଡ କଟାଯିବନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର,୨୫/୨ : ମଙ୍ଗଳବାର ରାସନ କାର୍ଡ଼ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଏଣିକି ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ । ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ରାସନ କାର୍ଡ ଲିଷ୍ଟ ସହ ଡୋର୍ ଟୁ ଡୋର୍ ବୁଲି ଭେରିଫେକସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ଗଣମାଧ୍ୟମରେ ଆଗରେ ମନ୍ତ୍ରୀ କହିଛନ୍ତି ଯେ, ଅଭିଯୋଗ ଆସୁଛି କି ଯେଉଁମାନେ ଆୟକର ଫାଇଲ୍ କରୁଛନ୍ତି । ସେମାନଙ୍କ କାର୍ଡ କଟିଯାଉଛି । କିନ୍ତୁ କାହାର କାର୍ଡ କଟିବନି । ଅଧିକାରୀଙ୍କ ପାଖକୁ ଲିଷ୍ଟ ଯାଇଛି । ସେମାନେ ଡୋର ଟୁ ଡୋର ବୁଲି ଦେଖିବେ । କାହାର ଆୟ କେତେ ଅଛି । ତାହାର ତର୍ଜମା ହେବ, ତାପରେ ଯାଇ କାର୍ଡ କଟିବ କି ରହିବ ସେନେଇ ନିଷ୍ପତ୍ତି ନିଆଯିବ । ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି କାହାର ବି କାର୍ଡ କାଟନ୍ତୁ ନାହିଁ କି ଚାଉଳ ବନ୍ଦ କରନ୍ତୁ ନାହିଁ । ଯିଏ ପ୍ରକୃତରେ ଗରିବ ଥିବା ତାଙ୍କର କାର୍ଡ ରହିବ । ଯଦି ଧନୀ ଲୋକ ଯଦି କାର୍ଡ ହାତେଇଥିବ ତେବେ କଟିବ । ଆପଣମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି ଆପଣଙ୍କ କାର୍ଡ କଟିଯାଇଛି ତେବେ ବିଭାଗକୁ ଜଣାନ୍ତୁ , ଘଟଣାର ତଦନ୍ତ କରି ସେମାନଙ୍କୁ ପୁନଃ ସାମିଲ କରାଯିବ ।
ତେବେ ଗ୍ରାମାଞ୍ଚଳରେ ମାସିକ ୧୦ହଜାର ଆୟ ଏବଂ ସହରାଞ୍ଚଳରେ ୧୫ହଜାର ଟଙ୍କା ଆୟ ଥିଲେ ରାସନ କାର୍ଡ କଟିବ। କିନ୍ତୁ ଏହାଠାରୁ ଆୟ କମ ରହିଥିଲେ ଆୟକର କଟିବ ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।