ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ ପରୀକ୍ଷା ଫଳ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର,୮/୬: ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ ପରୀକ୍ଷା ଫଳ । ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ପୁସ୍ତିକା ଉନ୍ମୋଚନ କରିଛନ୍ତି ।
ଓଜେଇଇ ୨୦୨୬ ଏମବିଏରେ ତ୍ରିବିକ୍ରମ ପ୍ରଧାନ ଟପ୍ପର ହୋଇଛନ୍ତି । ସେହିପରି ଏମସିଏରେ ନରେନ୍ ପାତ୍ର, ଏମ୍.ଫାର୍ମାରେ ଶ୍ୟାମସୁନ୍ଦର ବେହେରା ଟପ୍ପର ହୋଇଛନ୍ତି ।
ମେ ୪ରୁ ମେ ୧୦ ଯାଏ ମଧ୍ୟରେ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମେ ୧୬ ତାରିଖରେ ପ୍ରୋଭିଜନାଲ୍ ଆନ୍ସର କି’ ଜାରି କରାଯାଇଛି । ଚଳିତ ବର୍ଷ ପ୍ରାୟ ୧.୦୩ ଲକ୍ଷ ପରୀକ୍ଷାର୍ଥୀଙ୍କ ସରକାର ୯୯ଟି ସେଣ୍ଟରରେ କରିଥିଲେ ।
ଏଥିରୁ ୯୩ଟି ସେଣ୍ଟର ରାଜ୍ୟ ଭିତରେ ରହିଥିବା ବେଳେ ୬ଟି ସେଣ୍ଟର ରାଜ୍ୟ ବାହାରେ ରହିଥିଲା । କୋଲକାତାରେ ୩ଟି, ପାଟଣାରେ ୨ଟି ଓ ରାଞ୍ଚିରେ ୧ଟି ସେଣ୍ଟର ବ୍ୟବସ୍ଥା କରାଯାଇଥିଲା ।
ରାଜ୍ୟର ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ଆଡମିଶନ ପାଇଁ ମେଧା ତାଲିକା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଓଜେଇଇ କରାଯାଇଥାଏ । ବିଭାଗୀୟ ତଥ୍ୟ ଅନୁଯାୟୀ, ବି.ଫାର୍ମା, ଏମ୍ସିଏ, ଏମ୍ଏସ୍ସି (କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ , ଇଣ୍ଟିଗ୍ରେଡେଟ୍ ଏମ୍ବିଏ, ବି.କାଟ୍, ନର୍ସିଂ, ଏମ୍.ଟେକ୍, ଏମ୍.ଟେକ୍ (ପାର୍ଟ ଟାଇମ୍), ଏମ୍.ଆର୍କ, ଏମ୍.ପ୍ଲାନ୍, ଏମ୍.ଫାର୍ମା, ବି.ଫାର୍ମା ନାମଲେଖା ପାଇଁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେଉଛି ।




