Odisha News

ପୁରୀରେ ଭୁଷୁଡ଼ିଲା ନିର୍ମାଣଧୀନ ଛାତ; ଫସି ରହିଛନ୍ତି ଶ୍ରମିକ

ପୁରୀ, ୨୦/୭: ନିର୍ମାଣାଧୀନ ଘରର ଛାତ ଭୁଶୁଡ଼ିଛି। ଘଟଣାସ୍ଥଳରେ ରାଜମିସ୍ତ୍ରୀଙ୍କ ସମେତ ମୋଟ ୫ ଜଣ ଲୋକ ଚାପି ହୋଇଯାଇଥିଲା ବେଳେ, ସେମାନଙ୍କ ମଧ୍ୟରୁ ୪ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପୁରୀ ସହରରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଅଘଟଣ ଘଟିଛି।
ସୂଚନା ଅନୁସାରେ ବାସେଳି ସାହି ଥାନା ଅନ୍ତର୍ଗତ ପୁରୀ-ବ୍ରହ୍ମଗିରି ରାସ୍ତାକଡ଼ରେ ମଶାଣିଚଣ୍ଡୀ ଛକ ନିକଟରେ ବିଭୂପ୍ରସାଦ ମିଶ୍ରଙ୍କ ଘରର ଛାତ ପାଇଁ ଢଳେଇ କାମ ଚାଲିଥିଲା। ପ୍ରାୟ ୯୦୦ ବର୍ଗ ଫୁଟର ଘରର ଛାତ କାମ ସରିବା ପୂର୍ବରୁ ଆଜି ସନ୍ଧ୍ୟାରେ ଅଘଟଣ ଘଟିଥିଲା।
ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିବାରୁ ରାଜମିସ୍ତ୍ରୀ ଭରତ ଜେନା ଓ ଅନ୍ୟ ୪ ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ସେମାନେ ପୁଲିସ ଓ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇଥିଲେ।

Related Posts

Seo wordpress plugin by www.seowizard.org.