ପୁଣି ହେବ ପୌର ନିର୍ବାଚନ, ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୫/୩: ରାଜ୍ୟରେ ରାଜ୍ୟର ୩ ପ୍ରମୁଖ ସହରରେ ବନ୍ଦ ରହିଥିବା ପୌର ନିର୍ବାଚନ ପୁଣି ଥରେ ଆଶା ବଢ଼ିଛି । ସମ୍ବଲପୁର, ରାଉରକେଲା ଏବଂ ପୁରୀରେ ହେବ ପୌର ନିର୍ବାଚନ । ହାଇକୋର୍ଟଙ୍କ ଶୁଣାଣି ଶେଷ ହେବା ପରେ ପୌର ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ଗତ ୧୧ ବର୍ଷ ହେଲା ରାଜ୍ୟର ଦୁଇ ପ୍ରମୁଖ ସହର ସମ୍ବଲପୁର ଏବଂ ରାଉରକେଲାରେ ପୌର ନିର୍ବାଚନ ବନ୍ଦ ରହିଛି । ସେହିପରି ଗତ ୬ ବର୍ଷ ତଳୁ ପୁରୀରେ ପୌର ନିର୍ବାଚନ ବନ୍ଦ ହୋଇଯାଇଛି । ହାଇକୋର୍ଟରେ ପୌର ନିର୍ବାଚନ ପାଇଁ ଶୁଣାଣି ଜାରି ରହିଛି ।
ହାଇକୋର୍ଟରେ ଏହି ମାମଲା ବିଚାରାଧିନ ରହିଛି । ସରକାରଙ୍କ ଓକିଲ ମଧ୍ୟ ଲଢ଼ୁଛନ୍ତି । ବିଚାରପତିଙ୍କ ରାୟ ଆସିବା ପରେ ସରକାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ ବୋଲି କହିଛନ୍ତି ମନ୍ତ୍ରୀ ।
ଏହି ୩ ସହରରେ ପୁଣି ଥରେ ନିର୍ବାଚନ କରିବାକୁ ସରକାର ଯୋଜନା କରୁଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି । ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଯାହା ଆବଶ୍ୟକତା ରହିଛି ଆମ ସରକାର ତାହା କରିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।
ସମ୍ବଲପୁର, ରାଉରକେଲା ଏବଂ ପୁରୀରେ ଯେବେଠାରୁ ମ୍ୟୁନିସିପାଲ ନିର୍ମାଣ ହୋଇଛି ସେବେଠାରୁ ପୌର ନିର୍ବାଚନ ବନ୍ଦ ରହିଛି । ୨୦୧୭ ପରଠାରୁ ପୁରୀରେ ମଧ୍ୟ ପୌର ନିର୍ବାଚନ ବନ୍ଦ ରହିଛି ।