Odisha News

ନୟାଗଡ଼ : ଶିଶୁ ଓ କିଶୋର ଶ୍ରମିକ ନିରାକରଣ ବୈଠକ ଅନୁଷ୍ଠିତ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୦/୬: ନୟାଗଡ଼ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଅଧ୍ୟକ୍ଷତାରେ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୋଲିସ ପ୍ରଶାସନ, ଶିଶୁ ସୁରକ୍ଷା ସଦସ୍ୟମାନେ ଯୋଗଦେଇଥିଲେ।
ବିଭାଗୀୟ ଶ୍ରମ ଆୟୁକ୍ତ ବୈଠକରେ ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ ଆଇନ ୧୯୮୬ ଅନୁଯାଇ ୧୪ ବର୍ଷ ସମାପ୍ତ କରିନଥିବା ଶିଶୁ ଙ୍କୁ କୈାଣସି ବିପଦ ଜନକ ପେଶା ଓ କାର୍ଯ୍ୟରେ ଲଗାଇବା ନିଷିଦ୍ଧ ହୋଇଥିବା ବେଳେ ଦଣ୍ଡ ଆଇନ ସମ୍ପର୍କରେ ଜଣାଇଥିଲେ।
ଅତିରିକ୍ତ ଜିଲ୍ଲାପାଳ ଏ ସମ୍ପର୍କରେ ସର୍ବସାଧାରଣ ରେ ଏବଂ ବିଭିନ୍ନ ଗୋଷ୍ଠୀ ଉନ୍ନୟନ କାର‌୍ୟ୍ୟାଳୟରେ ବ୍ୟାପକ ସଚେତନତା ସୃଷ୍ଟି ଦିଗରେ ଗୁରୁତ୍ବ ଆରୋପ କରିଥିଲେ। ଏହି ବୈଠକରେ ଶିଶୁ ଏବଂ କିଶୋର ଶ୍ରମିକ ମାନଙ୍କ ନିରାକରଣ ଓ ସେମାନଙ୍କ ଥଇଥାନ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା।
ନବଘନ ପୁର ପଞ୍ଚାୟତ ରେ ବୃକ୍ଷ ଗଙ୍ଗା ଏବଂ ଗ୍ରାମ ସଫେଇ ଅଭିଯାନ
ନୟାଗଡ଼, ୧୦/୬ : ନୟାଗଡ଼ ନବଘନପୁର ପଞ୍ଚାୟତ ରେ ଗଙ୍ଗା ଦଶହରା ଉପଲକ୍ଷେ ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷ ଗଙ୍ଗା ଏବଂ ଗ୍ରାମ ସଫେଇ ଅଭିଯାନ ର ଶୁଭାରମ୍ଭ ହୋଇଛି।
ଏହି ଅବସରରେ ନବଘନପୁର ପଞ୍ଚାୟତ ସରପଞ୍ଚ କବିରାଜ ସାହୁ ମୁଖ୍ୟ କର୍ତ୍ତା ଭାବେ ପ୍ରଦୀପ ପ୍ରଜ୍ବୋଳନ କରି କାଳୁଚିଆ ପଲ୍ଲୀ ଶନି ମନ୍ଦିରଠାରେ ୧୦୮ କଳସ ଶୋଭାଯାତ୍ରା ସହ ହୁମଜଜ୍ଞ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ବୃକ୍ଷ ଗଙ୍ଗା ଅଭିଜାନ ମାଧ୍ୟମରେ ବୃକ୍ଷ ରୋପଣ ଏବଂ ସ୍ବଚ୍ଛତା କାର୍ଯ୍ୟକ୍ରମ କୁ ନବଘନପୁର ପଞ୍ଚାୟତ ରୁ ଶୁଭାରମ୍ଭ କରିଥିବାରୁ ଗାୟତ୍ରୀ ପରିବାର କୁ ସରପଞ୍ଚ କବିରାଜ ସାହୁ ଧନ୍ୟବାଦ ଦେବାସହ ପଞ୍ଚାୟତ ରେ ସମସ୍ତେ ଏକ ହୋଇ ଭାଇଚାରା ଏବଂ ଶାନ୍ତି ପ୍ରତିଷ୍ଠା ସହ ଉନ୍ନତି ମୁଳକ କାର୍ର୍ଯ୍ୟ କରିବା ନିମନ୍ତେ ଆଗେଇ ଆସିବା ପାଇଁ ଆହ୍ବାନ ଦେଇଛନ୍ତି।
ବାହାଡାଝୋଲା ବନ ବିଭାଗ କୁ ବଡ଼ ସଫଳତା, ମୃତ ବାରାହା ସହ ୨ ଟିଭିଏସ ଏକ୍ସଏଲ ବାଇକି ଜବତ ଆସାମୀ ଫେରାର
ନୟାଗଡ଼, ୧୦/୬ : ପୁଣି ଚର୍ଚ୍ଚା ରେ ବାହାଡାଝୋଲା ଫରେଷ୍ଟର ସନାତନ ସ୍ୱାଇଁ
କେତେବେଳେ ଚୋରା କାଠ ଚାଲାଣ ଜବତ ନେଇ ତ କେତେବେଳେ ଚୋରା ଗଞ୍ଜେଇ କୁ ଧରି ଅନେକ ଥର ଚର୍ଚ୍ଚା ରେ ଥିଲେ ବାହାଡାଝୋଲା ଫରେଷ୍ଟର ସନାତନ ସ୍ୱାଇଁ ।
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅଧିନସ୍ଥ ବାହାଡ଼ାଝୋଲା ବନବିଭାଗ ର ଫରେଷ୍ଟର ସନାତନ ସ୍ୱାଇଁ ଏବଂ ନିଜର ଫରେଷ୍ଟ ପ୍ରୋଟେକ୍ସନ ସ୍କୁୱାର୍ଡ଼ ସହ ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ସମୟ ରେ ମାଣ୍ଠଖମଣ ରୁ ବେତନଟୀ କୁ ସଂଯୋଗ କରୁଥିବା ଜଙ୍ଗଲିଆ ରାସ୍ତାରେ ଏକ ବାରହା କୁ ମାରି ଦୁବୃତ୍ତ ମାନେ ଟିଭିଏସ ଏକ୍ସଏଲ ବାଇକି ଗାଡି ଯୋଗେ ନେଉଥିବା ସମୟ ରେ ବାହାଡ଼ାଝୋଲା ଫରେଷ୍ଟର ସନାତନ ସ୍ବାଇଁ ଙ୍କ ପେଟ୍ରୋଲିଂ ଭ୍ୟାନ ସହ ମୁହାଁ ମୁହିଁ ହେବା ରୁ ଦୁଇଟି ଟିଭିଏସ ଏକ୍ସଏଲ ବାଇକି ସହ ମୃତ ବାରହା କୁ ଛାଡ଼ି ଦୌଡ଼ି ପଳେଇଯାଇଥିଲେ ଦୃବୁତ୍ତ ।
ବନ ବିଭାଗ ଘଟଣା ସ୍ଥଳରୁ ମୃତ ବାରହା ସହିତ ବ୍ୟବହୃତ ଦୁଇଟି ଟିଭିଏସ ଏକ୍ସଏଲ ଗାଡି ନମ୍ବର ଓଡ଼ି ୨୫ କେ ୦୧୮୯ ଓ ଓଡ଼ି ୨୫ ଇ ୪୦୧୮ ନଂ କୁ ଜବତ କରିଛି ।
ବାହାଡାଝୋଲା ସେକ୍ସନ କାର୍ଯ୍ୟଳୟ ପରିସରରେ ନୂଆଗାଁ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସହଯୋଗରେ ମୃତ ବାରହା କୁ ବ୍ୟବଛେଦ କରାଯିବା ପରେ କାର୍ଯ୍ୟଳୟ ପରିସରରେ ପୋତି ଦିଆଯାଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାଇ ମୃତ ବାରହାକୁ ଗୁଳିଦ୍ୱାରା ଶିକାର କରାଯାଇଥିବା ଯାଇଥିବା ବ୍ୟବଛେଦ ରୁ ଜଣା ପଡିଛି ।
ଏବଂ ଦୁଇଟି ଗୁଳି ବାରହା କାନ ପାଖରେ ବାଜିଥିବାର କ୍ଷତ ଥିବାରୁ ବାରହା କୁ ଗୁଳି ଦ୍ୱାରା ମାରି ଦିଆଯାଇଥିବା ନୂଆଗାଁ ପ୍ରାଣୀ ଚିକିତ୍ସକ ଅଧିକାରୀ ଦର୍ଶାଇଛନ୍ତି ।

Related Posts

Seo wordpress plugin by www.seowizard.org.