Odisha News

ନୟାଗଡ଼ :ଗଣିଆ ତହସିଲ କର୍ମଚାରୀଙ୍କ ବଦଳିରେ ଭାରତ ବିକାଶ ପରିଷଦ ଜିଲ୍ଲାପାଳଙ୍କୁ ଦାବି ପତ୍ର

ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୧/୨: ନୟାଗଡ଼ ଗଣିଆ ତହସିଲ ଅଫିସ ରେ ଦୀର୍ଘ ୧୦ବର୍ଷ ଧରି ଗୋଟିଏ ଅଫିସ ରେ ଗୌରହରି ମାଝୀ, ଅତିରିକ୍ତ ରାଜସ୍ବ ନିରୀକ୍ଷକ,ସୁଦୀପ ପଟ୍ଟନାୟକ,ଅମିନ, ଓ ଜୋଛନା୍ ପଟ୍ଟନାୟକ କାର୍ଯ୍ୟ କରୁଛନ୍ତି।।ସରକାରଙ୍କ ବଦଳି ନିୟମ ଅନୁଯାୟୀ, ତିନିବର୍ଷ ରେ ଥରେ ବଦଳି ହେବାର ନିୟମ ଅଛି।
କିନ୍ତୁ ଏହି ସବୁ କର୍ମଚାରୀ ବଦଳି ନ ହୋଇ ଗୋଟିଏ ସ୍ଥାନରେ ରହିବାଦ୍ୱାରା ସରକାରଙ୍କ ବଦଳି ନିୟମ ଉଲଘଂନ ହୋଇଅଛି।ଜିଲାରେ ଥିବା ବିଭିନ୍ନ ବିଭାଗରେ ଥିବା କର୍ମଚାରୀ ବଦଳି ହେଉ ଥିବା ବେଳେ ଗଣିଆ ତହସିଲଦାର ଙ୍କ ଅଫିସରେ ଏହା କଣ ପାଇଁ କାର୍ଯ୍ୟ କାରୀ ହେଉ ନାହିଁ, ଏ ନେଇ ଭାରତ ବିକାଶ ପରିଷଦ ଅସନ୍ତୋଷ ପ୍ରକାଶ କରିଛି ।
ଓ ଏ ନେଇ ଭାରତ ବିକାଶ ପରିଷଦ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ଆଜି ଦେଇଛନ୍ତି।ଏହି କର୍ମଚାରୀମାନେ ବହୁ ଦୁର୍ନୀତିରେ ଜଡିତ ରହି ଜନ ସାଧାରଣ ଙ୍କ କାମ କରୁନାହାନ୍ତି।
୧୫ଦିନ ମଧ୍ୟରେ ଯଦି ଏହି କର୍ମଚାରୀ ମାନଙ୍କୁ ବଦଳି କରା ନ ଯାଏ ତାହାଲେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟଳୟ ର ଆଶ୍ରୟ ନେବେ ବୋଲି ନୟାଗଡ ଜିଲ୍ଲା ସଭାପତି ତ୍ରିନାଥ ନାୟକ ଜଣାଇଛନ୍ତି।

Related Posts

Seo wordpress plugin by www.seowizard.org.