Odisha News

ନୟାଗଡରେ ରାଣୀ ପ୍ରତ୍ୟୁଷାଙ୍କର ଶକ୍ତି ପ୍ରଦର୍ଶନ : ବିରୋଧ କରିଲେ ବିଜେପି ଜିଲ୍ଲା ସଭାପତିଙ୍କ କର୍ମକର୍ତ୍ତା

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ,୮/୯ : ନୟାଗଡରେ ବଢୁଛି ରାଣୀ – ଇରାନୀ କଳି ! ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜରାସ୍ତାରେ ଦେଖିବାକୁ ମିଳିଛି ବିଜେପିର ଟ୍ରେଲର ! ନୟାଗଡରେ ବିଜେପି ବନାମ ବିଜେପି ।
ବିରୋଧର ସମ୍ମୁଖୀନ ହେଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ।
ସମ୍ବିତ ପାତ୍ରଙ୍କୁ କଳାପତାକା ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛନ୍ତି ନିଜ ଦଳର କର୍ମୀ । ନୟାଗଡରେ ପୂର୍ବତନ ସାଂସଦ ହେମେନ୍ଦ୍ର କୁମାର ସିଂଙ୍କ ନବମ ଶ୍ରାଦ୍ଧ ବାର୍ଷିକ ଥିଲା ।
ଏହି ଅବସରରେ ନୟାଗଡ ରାଜବାଟିରୁ ଏକ ରାଲି ବାହାରି ହେମନ୍ଦ୍ର ସିଂଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପାଇଁ ଆସିଥିଲେ ।
ଏହି ସମୟରେ ସମ୍ବିତ ପାତ୍ରଙ୍କୁ ଦେଖି ବିଜେପିର କିଛି କର୍ମୀ କଳାପତାକା ପ୍ରଦର୍ଶନ କରିବା ସହ ଅଣ୍ଡା ମାଡ଼ କରିଥିଲେ ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ନୟାଗଡରେ ବିଜେପିର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ।
ସମ୍ବିତ ପାତ୍ର ଏବେ ଯେଉଁଠିକି ଯାଉଛନ୍ତି ନିଜ ଦଳର କର୍ମୀ ଓ ନେତା ତାଙ୍କୁ ବିରୋଧ କରିବାର ଦେଖିବାକୁ ମିଳୁଛି । ତେବେ ଆଜି ପ୍ରତ୍ୟୁଷା ବନାମ ଇରାନିଙ୍କ କଳିରେ ସମ୍ବିତ ପାତ୍ରଙ୍କୁ ହଟହଟ୍ଟା ହେବାକୁ ପଡ଼ିଛି ।
ନୟାଗଡ଼ ଜିଲ୍ଲା ବିଜେପିରେ ପ୍ରତ୍ୟୁଷା ଓ ଇରାନିଙ୍କ ଦୁଇଟି ସମାନ୍ତରାଳ ସଙ୍ଗଠନ ରହିଛି । ଆଜି ଇରାନୀ ରାୟଙ୍କ ବାସଭବନରେ ବିଜେପି କର୍ମୀ ମାନେ ସମ୍ବିତ ପାତ୍ରଙ୍କୁ ବିରୋଧ କରିଥିଲେ ।
୭ ସେପ୍ଟେମ୍ବର ଅଖିଳ ଭାରତ କଂଗ୍ରେସ କମିଟି ପୁର୍ବ ସଭାପତି ସାଂସଦ ରାହୁଲ ଗାନ୍ଧୀଙ୍କ ୪୦୦୦କିଲୋମିଟର ବ୍ୟାପି କନ୍ୟାକୁମାରୀ ଠାରୁ କାଶ୍ମୀର ଘାଟି ପର୍ଯ୍ୟନ୍ତ ଐତିହାସିକ ଭାରତଯୋଡ ଯାତ୍ରା
ନୟାଗଡ଼,୮/୯: ଅଖିଳ ଭାରତ କଂଗ୍ରେସ କମିଟି ପୁର୍ବ ସଭାପତି ସାଂସଦ ରାହୁଲ ଗାନ୍ଧୀଙ୍କ ୪୦୦୦କିଲୋମିଟର ବ୍ୟାପି କନ୍ୟାକୁମାରୀ ଠାରୁ କାଶ୍ମୀର ଘାଟି ପର୍ଯ୍ୟନ୍ତ ଐତିହାସିକ ଭାରତଯୋଡ ଯାତ୍ରା ଏକବର୍ଷ ପୂର୍ତ୍ତି ଅବସରରେ ୭ ସେପ୍ଟେମ୍ବର ଗୁରୁବାର ଅପରାହ୍ନ ୫ ଘଟିକା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ ତ୍ରିନାଥ ଛକସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ, ଜାତୀୟ ସଙ୍ଗୀତ, ରାମଧୁନ ଗାନ କରାଯାଇ ଥିଲା ।
ସମ୍ପ୍ରତ୍ତି କ୍ଷମତାରେ ଅହଙ୍କାର, ଘୃଣା ବିଦ୍ବେଷ,ଅସହିଷ୍ଣୁତା ରାଜନୀତି କରି ଅଖଣ୍ଡ ଭାରତବର୍ଷ କୁ ଖଣ୍ଡବିଖଣ୍ଡ କରି ବିଭୀଧତା ଭିତରେ ଏକତା ଭାଇଚାରା କୁ ନଷ୍ଟ କରୁଥିବା ଏକଛତ୍ରବାଦ ସରକାର ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଅହିଂସା ମନ୍ତ୍ର ନେଇ ଭାରତଯୋଡ ଯାତ୍ରା ର ସ୍ମୃତିଚାରଣ କରାଯାଇ ଥିଲା ।
ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟବେକ୍ଷକ ପିସିସି ଉପସଭାପତି ବିଭୁତି ମିଶ୍ର,ବରିଷ୍ଠ ନେତା ହୁସେନ ଖାଁ, ଜିଲ୍ଲା ସେବାଦଳ ସଂଯୋଜକ ବିମଳ ଦାଶ, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଡିସିସି ସାଧାରଣ ସମ୍ପାଦକ ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ଡିସିସି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଅମଜାଦ ଖାଁ, ଦଳୀୟ ନେତା ପୂର୍ଣ୍ଣଚନ୍ଦ୍ର ସାନ୍ତ, ଅଶୋକ କୁମାର ନାୟକ,ସେବାଦଳ କର୍ମୀ ନବକିଶୋର ସାଥୁଆଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଡୋଯୋଡୋ ଭାରତ ଯୋଡୋ, ରାହୁଲ ଗାନ୍ଧୀ ଜିନ୍ଦାବାଦ ନାରା ଦେଇଥିଲେ ।

Related Posts

Seo wordpress plugin by www.seowizard.org.