Odisha News

ନୈତିକ ଶିକ୍ଷା ପ୍ରଚଳନ ଆଲୋଚନା ଚକ୍ରରେ ଜିଲ୍ଲାପାଳଙ୍କ ଦ୍ଵାରା ବରଦା ଦାସ ସମ୍ବର୍ଦ୍ଧିତ

ବରଦା ଦାସଙ୍କ ରିପୋର୍ଟ
କଟକ, ୨/୩ : ପିପୁଲ୍ସ ୱେଲଫେଆର ସଜେଶନ ଫୋରମ୍ ର ରଜତ ଜୟନ୍ତୀ ସମାରୋହ ଭଦ୍ରଖ ରୋଟାରୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରଖ ଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୈତିକ ଶିକ୍ଷା ବିଶ୍ୱ ଶାନ୍ତି ପାଇଁ ଶିକ୍ଷା ଅନୁଷ୍ଠାନ ରେ ପ୍ରଚଳନ ବିଷୟରେ କହିଥିଲେ ।
ଅବସର ପ୍ରାପ୍ତ ପୂର୍ତ୍ତ ବିଭାଗ ସଚିବ ଅନୁଷ୍ଠାନ ସଭାପତି ଇଁ ନନ୍ଦ ନନ୍ଦନ ଦାସ ସୂଚନା ଦେଇ ନୈତିକ ଶିକ୍ଷା ପରିକଳ୍ପନା ଉପରେ ବିଶଦ ଭାବେ କହିଥିଲେ । ଥିଙ୍କର୍ସ କ୍ଲବ ସଭାପତି ତଥା ଅନୁଷ୍ଠାନ ର ରାଜ୍ୟ ସମ୍ପାଦକ ବରଦା ଦାସ ଙ୍କୁ ଜିଲ୍ଲାପାଳ ମୋମେଣ୍ଟମ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଅଧ୍ୟାପକ ପବିତ୍ର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନୈତିକ ଶିକ୍ଷା ର ଗୁରୁତ୍ବ ଉପରେ ଭାଷଣ ଦେଇଥିଲେ । ବହୁ ଛାତ୍ର ଛାତ୍ରୀ ନିମନ୍ତ୍ରିତ ବିଶିଷ୍ଟ ବ୍ୟକ୍ତି ମାନେ ସଭାରେ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ,ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related Posts