ନିଶାରେ ଚୂର୍ ହୋଇ ଘରକୁ ଫେରିଲା ସ୍ୱାମୀ, ସ୍ତ୍ରୀ ବିରୋଧ କରିବାରୁ ହାଣିଦେଲା ଟାଙ୍ଗିଆରେ - Odisha News Online
Odisha News

ନିଶାରେ ଚୂର୍ ହୋଇ ଘରକୁ ଫେରିଲା ସ୍ୱାମୀ, ସ୍ତ୍ରୀ ବିରୋଧ କରିବାରୁ ହାଣିଦେଲା ଟାଙ୍ଗିଆରେ

ରାଉରକେଲା, ୩୧/୧୦ : ଦେଓଗାଁ ହାଟିଙ୍ଗ ବସ୍ତିରେ ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀର ମୃତ୍ୟୁ ହୋଇଛି। ମୃତକ ହେଲେ ମଞ୍ଜୁ ସାଣ୍ଡିଲ(୩୨)। ସେ ଗତ ଦେଢ଼ବର୍ଷ ତଳେ ବିବାହ କରିଥିଲେ। ରଘୁନାଥପାଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚ ପଠାଇଛି। ହତ୍ୟାକାରୀ ସ୍ୱାମୀ ଡିଭୁ ସାଣ୍ଡିଲଙ୍କୁ ଗିରଫ କରିଛି।
ଗତକାଲି ରାତିରେ ପରିବାରର ଆର୍ଥିକସ୍ଥିତିକୁ ନେଇ ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଡିଭୁ ଘରୁ ଟାଙ୍ଗିଆ ଆଣି ପତ୍ନୀଙ୍କୁ ନୃଶଂସ ଭାବେ ହାଣି ପକାଇଥିଲେ।
ମଞ୍ଜୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ହୋଇ ପଡି ଯିଵା ପରେ ଡିଭୁ ସେଠାରୁ ଫେରାର ହୋଇଯାଇଥିଲେ। ପଡ଼ୋଶୀ ଏ ସଂକ୍ରାନ୍ତରେ ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ଅଭିଯୁକ୍ତ ସ୍ବାମୀ ଡିଭୁ ସାଣ୍ଡିଲଙ୍କୁ ଗିରଫ କରିଛି।

Related Posts