Odisha News

ନବରାତ୍ର ସତସଙ୍ଗ ଉଦଯାପିତ : ବାରପଥରରେ ଝାଙ୍କି ଓ ଜ୍ଞାନ ଚର୍ଚ୍ଚା

ବରଦା ଦାସଙ୍କ ରିପୋର୍ଟ
କଟକ,୧୦/୧୦: ନବରାତ୍ର ଉପଲକ୍ଷେ ନଅ ଦିନ ବ୍ୟାପୀ ଯୋଗ ଭଟି ଓ ସତସଙ୍ଗ ଶିବିର ଆଜି ଉଦଯାପନ ହୋଇଯାଇଛି ବି କେ ଝୁନୁ ଧ୍ୟାନ କରାଇ ସୁନ୍ଦର ବିବରଣୀ ଦୀର୍ଘ ସମୟଧରି ଦେଇଥିଲେ ।
ଯାହାକି ପ୍ରଶଂସନୀୟ ହୋଇଛି । ବି କେ ଅରବିନ୍ଦ ଦୈନିକ ଯୋଗାଭ୍ୟାସ ଦ୍ଵାରା ଆତ୍ମୋନତି ହୋଇ ପାରିବ। ସହ ଶାନ୍ତି ପ୍ରାପ୍ତି ହେବ ବୋଲି କହିଥିଲେ ।
ବି କେ ଛୋଟୁ, ସନ୍ତୋଷ,ବରଦା,ରମେଶ,ମୀରା,ଜୟନ୍ତୀ,ଆଦି ଭାଇ ଭଉଣୀ ମାନେ ନିଜ ନିଜର ଅନୁଭୂତି କହିଥିଲେ । ସୁଶାନ୍ତ ଓ ପ୍ରତିମା ସୁ ସଂଯୋଜନା କରିଥିଲେ ।
ଆଜି ଠାରୁ କଟକ ପଟ୍ଟା ପୋଲ ବାର ପଥର ପୂଜା ମଣ୍ଡପ ରେ ଝାଙ୍କି କରାଯାଇ ଜ୍ଞାନ ଚର୍ଚ୍ଚା କରାଯିବ ବୋଲି ବେପାରିସାହି ବ୍ରହ୍ମା କୁମାରୀ ଇଶ୍ଵରୀୟା ବିଶ୍ଵ ବିଦ୍ୟାଳୟ ତରଫରୁ କୁହାଯାଇଛି । ବହୁ ସଂଖ୍ୟାରେ ଜନସାଧାରଣ ,ଦର୍ଶକ ମାନେ ଏହି ଝକ୍ଷଙ୍କି ଦେଖିବା ସହ ଜ୍ଞାନ ଶ୍ରବଣ କରିବାକୁ ଅନୁରୋଧ କରାଯାଇଛି ।

Related Posts

Seo wordpress plugin by www.seowizard.org.