Odisha News

ଥାନା ପରିସରରେ ସାପ କାମୁଡ଼ାରେ ସାପ ଧରାଳିଙ୍କ ମୃତ୍ୟୁ

ବୀରମହାରାଜପୁର,୨୪/୬: ମହଙ୍ଗା ପଡିଲା ବିଷଧର ନାଗ ସାପ ସହ ଖେଳ । ବିଷଧର ନାଗ ସାପ କାମୁଡାରେ ସାପ ଧରାଳିଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ ଘଟିଛି ଅଘଟଣ ।
ସୁଚନା ଅନୁସାରେ ଚମ୍ପାମଳ ଗାଁର ଜଣଙ୍କ ଘରୁ ଏକ ନାଗ ସାପ ବାହାରିଥିବାବେଳେ ସାପ ଧରିବା ପାଇଁ ମେଣ୍ଡାମାଳ ଗାଁର ଗୌର କୁମ୍ଭାରକୁ ସେ ଖବର ଦେଇଥିଲେ । ଗୌର ସେଠାକୁ ଯାଇ ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ ଜାରରେ ଧରି କୌଣସି କାମରେ ଥାନାକୁ ଆସିଥିଲେ ।
ତେବେ ଥାନାରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଆଗରେ ସାପକୁ ଡବାରୁ ବାହାର କରି ଦେଖାଇଥିଲେ । ଦେଖି ସାରି ସାପକୁ ପୁଣି ଡବା ଭିତରେ ପୁରାଇବା ସମୟରେ ଗୌରଙ୍କ ହାତରେ ଚୋଟ ମାରିଥିଲା ବିଷଧର ନାଗସାପ । ତୁରନ୍ତ ଗୌରଙ୍କୁ ପୁଲିସ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related Posts

Seo wordpress plugin by www.seowizard.org.