Odisha News

ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନଦିବସ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୩ : ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ସ୍ଥାନୀୟ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଜୀବନରେ ବିଜ୍ଞାନର ଆବଶ୍ୟକତା ବର୍ଣ୍ଣନା କରିବା ସହିତ ବିଜ୍ଞାନର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ ।
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ ।
ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଅବସରରେ ରାଜ୍ୟସ୍ତର ବିଜ୍ଞାନମେଳାରେ ମନୋନୀତ ହୋଇ ବି ଆଇ ଟି ଏମ କଲିକତା ଠାରେ ଅନୁଷ୍ଠିତ ହୋଇଥିବା ଜୋନାଲ ବିଜ୍ଞାନମେଳାରେ ଅଂଶଗ୍ରହଣ କରିଥିବା ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ଦୀପକ କୁମାର ପ୍ରଧାନ ଓ ମାର୍ଗଦର୍ଶକ ଶିକ୍ଷକ ସରୋଜ କୁମାର ପ୍ରଧାନଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଟ୍ରଫି ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା ।
ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ଅତିଥି ପରିଚୟ ସହିତ ମଞ୍ଚ ପରିଚାଳନା କରିଥିଲେ ।
ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିବାବେଳେ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।

Related Posts