Odisha News

ଚାଲିଛି ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଗଣତି, ପ୍ରଥମ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜେଡି ଆଗରେ

ବରଗଡ଼,୮/୧୧: ପଦ୍ମପୁରରେ ଗୁରୁବାର ସକାଳ ୮ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି।
ପ୍ରଥମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରୁହା ୫୫୦୧ ଖଣ୍ଡ ଭୋଟରେ ଆଗରେ ଥିଲା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩୭୮୯ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୨୦୬ ଖଣ୍ଡ ଭୋଟ ପାଇଛନ୍ତି ।
ପଦ୍ମପୁର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଭୋଟ୍ ଗଣତି କରାଯାଉଛି। ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଗଣତି ଚାଲିବ। ଗଣନା ପାଇଁ ୩ଜଣ ସହକାରୀ ରିଟର୍ଣ୍ଣିଂ ଅଫିସର୍ ରହିବେ। ୨୩ ରାଉଣ୍ଡ ଗଣତି ପରେ ଫଳାଫଳ ବାହାରିବ। ଆଜି ପଦ୍ମପୁର ଉପନିର୍ବାଚନର ଫଳାଫଳ ଘୋଷିତ ହେବ। ବିଜେଡି ପ୍ରାର୍ଥିନୀ ବର୍ଷା ସିଂହ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ସମୁଦାୟ ୧୦ଜଣ ନିର୍ବାଚନ ମଇଦାନରେ ଅଛନ୍ତି। ମତାଦାତା କାହାକୁ ବିଧାୟକ ଭାବେ ବାଛିଛନ୍ତି ଭୋଟଗଣତି ପରେ ଜଣାପଡ଼ିବ।

Related Posts

Seo wordpress plugin by www.seowizard.org.