Odisha News

ଗୋଛାପଡା ପଞ୍ଚାୟତ ରେ ଜନ ସମ୍ପର୍କ ଶିବିର

ସଞ୍ଜୟ କୁମାର ପାଣିଗ୍ରାହୀ

ବାଲିଗୁଡା,15/3: କନ୍ଧମାଳ ଜିଲ୍ଲା ଗୋଛାପଡା ପଞ୍ଚାୟତରେ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ସହ ଗ୍ରାମାଞ୍ଚଳ ବାସୀ ଙ୍କ ସହ ସୁସମ୍ପର୍କ ରଖିବା ପାଇଁ ମାନବିକ ସିଭିକ୍ ଆକ୍ସନ୍ ଗୃହ ମନ୍ତ୍ରଣାଳୟର ଆର୍ଥିକ ସହାୟତା ଯୋଜନା ଅଧୀନରେ ପରିଚାଳିତ ହୋଇ ୧୨୭   ବାଟାଲିୟନ ସିଆରପିଏଫ ତରଫରୁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l ପୁଲିସ ଇନ୍ସପେକ୍ଟର ଜେନେରାଲ୍ ଓଡିଶା ସେକ୍ଟରର ଏସ୍. କେ. ମହାନ୍ତି, ୧୨୭ ବାଟାଲିୟନ କମାଣ୍ଡାଣ୍ଟ ଆନନ୍ଦ ଝା ଙ୍କ ମାର୍ଗ ଦର୍ଶନ ଅନୁସାରେ ୧୨୭ ବାଟାଲିୟନର ଦ୍ଵିତୀୟ କମାଣ୍ଡ ଶ୍ରୀ ଆର.ଏଲ.ଫିମେଟ୍ ଓ ଶ୍ରୀ ମଉଲୀ ମୋହନ କୁମାର ଦ୍ୱିତୀୟ କମାଣ୍ଡ (ପରିଚାଳନା) ଏବଂ ସିଆରପିଏଫ୍ ର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉକ୍ତ ପଞ୍ଚାୟତର ୨୩୧ ପରିବାର ଙ୍କୁ ଏକ ରଙ୍ଗୀନ ଇଭେଣ୍ଟରେ ସୋଲାର ଲ୍ୟାମ୍ପ, ରେଡିଓ ସେଟ୍, ୱାଟର ଷ୍ଟୋରେଜ୍ ଟ୍ୟାଙ୍କ ବଣ୍ଟନ କରା ଯାଇଥିଲା  l ଏହି କାର୍ଯ୍ୟକ୍ରମରେ ୧୨୭ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିଜୟ ପ୍ରକାଶ ଚୋବେ,  ଶ୍ରୀ ସି.ଅଜିତ ବାବୁ ଡେପୁଟି କମାଣ୍ଡାଣ୍ଟ,  ଶ୍ରୀ ନେଲାୟାପନ୍ ପି. ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ଇନ୍ସପେକ୍ଟର  ନାରାୟଣ ରାଜୁ କମ୍ପାନୀ କମାଣ୍ଡର, ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର, ସଲାଗୁଡା  ସରପଞ୍ଚ ରୋହିତ କହଁର, ରମେଶ କୁମାର ସାହୁ ପ୍ରଧାନ ଶିକ୍ଷକ ହାଇସ୍କୁଲ ଗୋଛାପଡା, ରଞ୍ଜିତ କୁମାର ମୁନି ଗୋଛାପଡା ଥାନା ଅଧିକାରୀ ଏବଂ  ଅଞ୍ଚଳର ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ | ୧୨୭ ବାଟାଲିୟନର ଦ୍ୱିତୀୟ କମାଣ୍ଡ ଶ୍ରୀ ଆର୍ .ଏଲ୍ .ଫିମେଟ ନିଜ ବକ୍ତବ୍ୟ ରେ ଏହି ଅଞ୍ଚଳରେ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ତଥା ମାଓବାଦୀଙ୍କ ନିଷ୍ଠୁର କର୍ଯ୍ୟକୁ ରୋକିବା ପାଇଁ କନ୍ଧମାଳ ଜିଲ୍ଲାରେ ନିୟୋଜିତ ସିଆରପିଏଫ କମ୍ପାନୀ ପ୍ରତିବଦ୍ଧତାକୁ ଦୋହରାଇବା ସହ ସମଗ୍ର କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଆୟୋଜନ କରାଯିବ ବୋଲି ପ୍ରକାଶ କରିଛନ୍ତି ।  

Related Posts

Seo wordpress plugin by www.seowizard.org.