ଗୋପାଳ ପରିବାରକୁ ସୁରକ୍ଷା ପାଇଁ ହାଇକୋର୍ଟରେ ମାମଲା; ପିଟିସନ ଦାୟର କଲେ ଆଇନଜୀବୀ

ଭୁବନେଶ୍ୱର,୨୦/୨: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଗିରଫ ହୋଇଥିବା ଗୋପାଳ ଦାସ ଏବଂ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ଆଇନଜୀବୀ ସୁମନ୍ତ କୁମାର ସ୍ବାଇଁ କୋର୍ଟରେ ଆବେଦନ କରିଥିବା ଜଣାପଡିଛି।
ଏଥିସହ ଗୋପାଳଙ୍କୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖିବା ପାଇଁ ଆବେଦନରେ କୁହାଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ଡିଜି, ଜେଲ ଡିଜି, ଚୌଦ୍ୱାର ଜେଲ ଅଧିକ୍ଷକ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି।