Odisha News

ଗଜପତି : ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୫/୫ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଅଧିନସ୍ଥରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ଆଜି ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଏକ ସାମାଜିକ ପ୍ରଭାବ ଆକଳନ ସମ୍ଭନ୍ଧୀୟ ଜନଶୁଣାଣି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ରାସ୍ତା ଓ କୋଠାବାଡ଼ି ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଆୟୋଜକତ୍ୱରେ ଜିଲ୍ଲା ପ୍ରଶାସନ ଓ ନବକୃଷ୍ଣ କୃଷ୍ଣ ଚୌଧରୀ ଉନ୍ନୟନ ଗବେଷଣା କେନ୍ଦ୍ର ଭୁବନେଶ୍ୱର ସୌଜନ୍ୟତାରେ ଅନୁଷ୍ଟିତ ହୋଇଯାଇଛି। ।
ପାରଳାଖେମୁଣ୍ଡି ସହର ପାଇଁ ବାଇପାସ୍ ରାସ୍ତା ନିର୍ମାଣ ନିମନ୍ତେ ଗଜପତି ଜିଲ୍ଲାର ସାତ-ଖଣ୍ଡ ଗ୍ରାମ ଯଥା:- ପାରଳାଖେମୁଣ୍ଡି ତହସିଲ ଅନ୍ତର୍ଗତ ଯାଜପୁର , ଜଗତସିଂହପୁର , ହାତିବାଡ଼ି, ଗୋପୀନାଥ ପୁର , ରେଲିସାହି ଏବଂ ପାରଳାଖେମୁଣ୍ଡି ଖାସପା ଓ ଗୁମ୍ମା ତହସିଲ ଅନ୍ତର୍ଗତ ବେତାଗୁଡ଼ା ଏବଂ ଝାମି ଗ୍ରାମରେ ଆବଶ୍ୟକ ପଡୁଥିବା ଜମି ଅଧିଗ୍ରହଣ ନିମନ୍ତେ ଜନଶୁଣାଣି ସଭା କାର୍ଯ୍ୟକ୍ରମର ଆବଶ୍ୟକ ଥିବାବେଳେ ଏହି ଅବସରରେ ଆଜି ପାଟକୁରା ପରିଷଦ କାର୍ଯ୍ୟାଳୟ ଠାରେ ପାରଳା ଖାସପା ହାତିବାଡ଼ି- ଗୋପୀନାଥ ପୁର ଏବଂ ରେଲିସାହି ଗ୍ରାମବାସୀଙ୍କ ନିମନ୍ତେ ଏହି ଜନଶୁଣାଣି ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଏହି ଜନଶୁଣାଣି ର ସଭା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପ୍ରକୃତ ପକ୍ଷେ ଯେଉଁ ମାନେ ଏହି ବାଇପାସ୍ ରାସ୍ତା ନିର୍ମାଣ ରେ ପ୍ରଭାବିତ ହେଉଛନ୍ତି , ସେମାନଙ୍କ ଅଭିଯୋଗ ଦୁଃଖ ସରକାର ଶୁଣିବେ , ଯାହାକି ଏହା ଲୋକତନ୍ତ୍ର ଏକ ମୂଳ ସ୍ପିରିଟ ରହିଛି ।
ଏଇ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୪୬ ମିଟର ଅର୍ଥାତ୍ ୧୫୦ ଫୁଟ ରହିଛି ଏବଂ ଭବିଷ୍ୟତରେ ଯଦି ଏହା ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହେବ ତା ହେଲେ ସରକାର ଏଥିପାଇଁ ଅଧିକ ଜମି ଅଧିଗ୍ରହଣ କରିପାରନ୍ତି ।
କିନ୍ତୁ ବର୍ତ୍ତମାନ ସମୟରେ ଏଥିପାଇଁ ସରକାରଙ୍କ ରହିଥିବା ସୀମିତ ଅର୍ଥ ବଜେଟରେ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଯେତିକି ଆବଶ୍ୟକ ପଡୁଛି , ସେତିକି ହିଁ ଅର୍ଥ ବଜେଟରେ ହେବ ।
ଏଥି ସମେତ ଏହି ବାଇପାସ୍ ରାସ୍ତା ନିର୍ମାଣ ରେ ପ୍ରଭାବିତ ଅଞ୍ଚଳରେ କେଉଁ ମାନଙ୍କ କେତେ ଜମି ପ୍ରଭାବିତ ହେଉଛି ସେ ସ ସମ୍ପର୍କରେ ସୂଚନା ଦେଇ ଏଥିପାଇଁ ପ୍ରଭାବିତ ଲୋକମାନେ ସେମାନଙ୍କ ଅଭିଯୋଗ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ କହିଥିଲେ ।
ଏହି କାର‌୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ,ରାସ୍ତା ଓ କୋଠାବାଡ଼ି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଅଭିଷେକ ସେଠୀ , ପୌର ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ ମୁର୍ମୁ , ପାରଳା ତହସିଲଦାର ଶ୍ରୀ ନାରାୟଣ ବେହେରା ଏବଂ ନିର୍ମାଣ କରି ସଂସ୍ଥା \”ଐରା\” ର ପ୍ରତିନିଧି ଶ୍ରୀ ମନୋରଞ୍ଜନ ମିଶ୍ର ପ୍ରମୁଖ ମଞ୍ଚାସିନ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ଏହି କାର‌୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ପ୍ରଭାବିତ ଅଞ୍ଚଳ ପାରଳାଖେମୁଣ୍ଡି ଖାସପାର ହାତୀବାଡ଼ି- ଗୋପୀନାଥ ପୁର ଏବଂ ରେଲିସାହି ଗ୍ରାମର ପ୍ରଭାବିତ ଅଧିବାସୀ ମାନେ ଯୋଗ ଦେଇ ସେମାନଙ୍କ ଅଭିଯୋଗ ରଖିଥିଲେ ।

Related Posts