Odisha News

ଗଜପତି: ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଗଜପତି,୧୪/୨: ପାରଳଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ବର ଏବଂ ଉତ୍କଳ ହିତୈଷିଣୀ ସମାଜ ପାରଳାଖେମୁଣ୍ଡିଙ୍କ ମିଳିତ ଆନୁକୁଲ୍ୟରେ ପ୍ରାବନ୍ଧିକ ପ୍ରବାଦ ପୁରୁଷ ଓଡ଼ିଆ ସ୍ଵାଭିମାନୀ ଶ୍ୟାମସୁନ୍ଦର ରାଜଗୁରୁ\’ଙ୍କ ୧୫୯ ତମ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉତ୍କଳ ହିତେଇଷିଣୀ ସମାଜର ସଭାପତି ଶ୍ରୀ ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପାନ୍ତପ୍ରହରୀ ଶ୍ରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ , ସମ୍ମାନନୀୟ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ\’ର ଗଜପତି ଜିଲ୍ଲାର ପୂର୍ବତନ ସଦସ୍ୟ ତଥା ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ସମ୍ମାନନୀୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର-ପ୍ରାପ୍ତ ଅବସର-ପ୍ରାପ୍ତ ପ୍ରଧାନଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ମଞ୍ଚାସିନ ହୋଇ ଓଡ଼ିଆ ଭାଷା ଓ ସାହିତ୍ୟର ଏକନିଷ୍ଠ ସାଧକ ଶ୍ୟାମସୁନ୍ଦର ରାଜଗୁରୁ\’ଙ୍କ ବହୁମୁଖି ସାହିତ୍ୟ ସର୍ଜନା , ଲୋକହିତକର କାର୍ଯ୍ୟ , ଲୁପ୍ତ ସୁପ୍ତ ସାରସ୍ଵତ ବିଭବର ରାଜଗୁରୁ ମହାଶୟ ଗବେଷଣା କରି ଖ୍ୟାତି ଅର୍ଜନ କରିଥିବା ବିଷୟ ସମ୍ପର୍କରେ ପୁଙ୍ଖାନୁୁପୁଙ୍ଖ ଭାବେ ଆଲୋଚନା କରିଥିଲେ।
ଏହି ସାରସ୍ବତ କାର୍ଯ୍ୟକ୍ରମରେ ଶ୍ରୀମତୀ ଅଶାଲତା ପାଣିଗ୍ରାହୀ ସ୍ବାଗତ ସମ୍ଭାଷଣ ଦେବା ସହ ମଞ୍ଚାସିନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ସେହିଭଳି ପ୍ରାରମ୍ଭିକ ସଙ୍ଗୀତ କଣ୍ଠଶିଳ୍ପୀ ଶ୍ରୀମତୀ ବି: କୋମଳାଙ୍ଗି ଗାନ କରିଥିବା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟମକୁ ଶ୍ରୀ ଶଶିଭୂଷଣ ପଟ୍ଟନାୟକ , ଶ୍ରୀ ଶରତ ଚନ୍ଦ୍ର ସାହୁ , ଚିତ୍ରକଳା ଶିକ୍ଷକ ଶ୍ରୀ ମୁରଲୀଧର ପରିଚ୍ଛା , ଶିକ୍ଷକ ଶ୍ରୀ ବିଷ୍ଣୁ ଚରଣ ପଣ୍ଡା , ଅଧ୍ୟାପକ ଶ୍ରୀ ସିତାନାଥ ପ୍ରଧାନ , ଶିକ୍ଷକ ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା , ଅବସର-ପ୍ରାପ୍ତ ଶିକ୍ଷକ ପଣ୍ଡିତ ନରସିପ୍ସହ ଗୌଡ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।

Related Posts

Seo wordpress plugin by www.seowizard.org.