ଗଜପତି: ପଞ୍ଚମ ପାରଳା ନୃତ୍ୟ ଉତ୍ସବ–୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୫/୧୧ : ଐତିହ୍ୟର ମହକ , ପରମ୍ପରାର ଝଲକ ଓ କଳାର ଅପୂର୍ବ ସମାବେଶକୁ ନେଇ ଗଜପତି ଜିଲ୍ଲା ସଦର ପାରଳାଖେମୁଣ୍ଡି ସ୍ଥିତ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ପଞ୍ଚମ ପାରଳା ନୃତ୍ୟ ଉତ୍ସବ–୨୦୨୬ କାର୍ଯ୍ୟକ୍ରମ ସଫଳତା ସହ ଅନୁଷ୍ଠିତ ହୋଇଯାଇଛି।
ପାରଳାଖେମୁଣ୍ଡି ସହରର ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ “ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର” ଓ “ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି” ବିଭାଗ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ନୃତ୍ୟ ମହୋତ୍ସବ, ଅଞ୍ଚଳରେ ସାଂସ୍କୃତିକ ଜାଗୃତିକୁ ନୂଆ ମାପଦଣ୍ଡ ଦେବାରେ ବେଶ୍ ସହାୟକ ହୋଇଛି।
ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ଭାରତର ବିଭିନ୍ନ ପ୍ରାନ୍ତର କଳା , ସଂସ୍କୃତି ଓ ପାରମ୍ପରିକ ନୃତ୍ୟ’କୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା।
ପ୍ରାରମ୍ଭିକ ସଭା କାର୍ଯ୍ୟକ୍ରମ ଅନୁଷ୍ଠାନ’ର ଉପଦେଷ୍ଟା ଆଦର୍ଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେ.ନାରାୟଣ ରାଓ (ପୂର୍ବତନ ବିଧାୟକ ତଥା ବିଜେପି’ ର ରାଜ୍ୟ ଉପ-ସଭାପତି ) , ସମ୍ମାନିତ ଅତିଥି ଭାବେ ନିର୍ମଳା ସେଠୀ , ପାରଳା ପୌରିଷଦର ଅଧ୍ୟକ୍ଷା, ନୃତ୍ୟଗୁରୁ ଡ:ଗଜେନ୍ଦ୍ର କୁମାର ପଣ୍ଡା , ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନୃତ୍ୟ ନିର୍ଦ୍ଦେଶକ , ତ୍ରିଧାରା , ଭୁବନେଶ୍ବର , ଗୁରୁ ପଣ୍ତିତ ରଘୁନାଥ ପାତ୍ର , ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ , ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସାଂସ୍କୃତିକ ଉନ୍ନୟନ ଅଧିକାରୀ , ଗଜପତି , ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ , ପ୍ରାକ୍ତନ ଅଧ୍ୟକ୍ଷ ,ପାରଳା ପୌରିଷଦ , ଅନୁଷ୍ଠାନର ସଭାପତି ବିଚିତ୍ରନନ୍ଦ ବେବର୍ତ୍ତା ଓ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ରହି କାର୍ଯ୍ୟକ୍ରମର ଗରିମା ବୃଦ୍ଧି କରିଥିଲେ।
ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଡି. ପ୍ରିୟଙ୍କା ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ।
ମଞ୍ଚାସିନ ଅତିଥି ମାନେ ଅନୁଷ୍ଠାନର ସଫଳତା ଏବଂ ଉପାନ୍ତ ଅଞ୍ଚାଲରେ ଓଡ଼ିଶୀ ନୃତ୍ୟର ଅଭିବୃଦ୍ଧି ପ୍ରତି ଅନୁଷ୍ଠାନର ଅବଦାନର ବିଭିନ୍ନ ଦିଗ ଉପରେ କହିଥିଲେ।
ସେମାନେ ବିଶେଷ କରି ଗଜପତି ଜିଲ୍ଲାର ସଂସ୍କୃତି ପରିଚୟକୁ ବିଦେଶରେ ପ୍ରଚାର କରିଥିବା ଶିଳ୍ପୀମାନଙ୍କୁ ଭୂୟଂସୀ ପ୍ରଂଶସା କରିଥିଲେ।
ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ଵାରା, ନୃତ୍ୟଗୁରୁ ଡ. ଗଜେନ୍ଦ୍ର ପଣ୍ଡାଙ୍କ ସଂଯୋଜନା ଓ ଅନୁଷ୍ଠାନର ସଂପାଦିକା ଡି. ପ୍ରିୟଙ୍କାଙ୍କ ନିର୍ଦ୍ଦେଶନାରେ ‘ ଦାନୀ କର୍ଣ୍ଣ ‘ ନୃତ୍ୟନାଟିକା ପରିବେଷଣ କରାଯାଇଥିଲା।
ସେହିଭଳି, ତ୍ରିଧାରା ଭୁବନେଶ୍ୱରର ନୃତ୍ୟଶିଳ୍ପୀ ମାନେ ନୃତ୍ୟଗୁରୁ ଡ. ଗଜେନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ଓଡ଼ିଶାୀ ନୃତ୍ୟ ପରିବେଷଣ କରିଥିବା ବେଳେ ସୁଦୂର ସିକ୍କିମ୍ ରୁ ଆସିଥିବା ନୃତ୍ୟଶିଳ୍ପୀ ମାନଙ୍କ ଲୋକନୃତ୍ୟ ଦର୍ଶକ ମାନଙ୍କ ମନକୁ ମୋହିଥିଲା।
ଏହି ଅବସରରେ ଦୀପକ ଦର୍ନାଲ , ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲୋକନୃତ୍ୟ ଗୁରୁ (ସିକ୍କିମ୍) ଓ
କଳାଶ୍ରୀ ମୁରଲୀଧର ପରିଚ୍ଛା , ରାଜ୍ୟ ପୁରସ୍କାର ପ୍ରାପ୍ତ କଳାକାର (ଗଜପତି)ଙ୍କୁ ପାରଳା ପ୍ରତିଭା -୨୦୨୬ ସମ୍ମାନ”ରେ ସମ୍ବର୍ଦ୍ଧିତ କରା ଯାଇଥିଲା।
ଅନୁଷ୍ଠାନ ର ନୃତ୍ୟଶିଳ୍ପୀ ମାନେ ମାହାରୀ , ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଡି: ମୋହନ ରାଓ , ବାଳକୃଷ୍ଣ ପାଣିଗ୍ରାହୀ , ବ୍ରଜରାଜ ବେହେରା , ରଶ୍ମିତା ପଣ୍ଡା , ରାଜେଶ ପାତ୍ର , ନରସିଂହ ପାଣିଗ୍ରାହୀ, ମମିତା କୁମାରୀ ସାହୁ , ବିଷ୍ଣୁ ପଣ୍ଡା, ସୁନୀଲ ପରିଚ୍ଛା , ବିଷ୍ଣୁପ୍ରିୟା ମଣ୍ଡଳ , ପ୍ରିୟା ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।




