Odisha News

ଗଜପତି : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ପକ୍ଷରୁ ଜିରାଙ୍ଗ ପଞ୍ଚାୟତ ଠାରେ ଶିଶୁ ଚାଲାଣ ବିରୁଦ୍ଧରେ ଏବଂ ଶିଶୁ ସହାୟତା ହେଲ୍ପଲାଇନ ନ-୧୦୯୮ ର ପ୍ରଚାର ପାଇଁ ଜନସଚେତନତା କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୮/୭ : ଗଜପତି ଜିଲ୍ଲା ରାୟଗଡା ବ୍ଲକ ଅନ୍ତର୍ଗତ ଜିର।ଙ୍ଗ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଶିଶୁ ଚ।ଲାଣ ବିରୁଦ୍ଧରେ ଜନସଚେତନତା କାର୍ଯ୍ୟକ୍ରମ କରାଇବା ଆମର ଶିଶୁ ସହାୟତା ହେଲ୍ପଲାଇନ ନ:-୧୦୯୮ର ପ୍ରଚାର ପାଇଁ ଓ ବିଭିନ୍ନ ଶିଶୁ ସୁରକ୍ଷା ସମ୍ପର୍କିତ ଉପରେ ଏକ ସାମୁହିକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିର।ଙ୍ଗ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୩୦୦ ଶହରୁ ଉର୍ଦ୍ଧ ବ୍ୟକ୍ତି ଉପସ୍ଥିତ ଥିଲେ । ଶିଶୁ ବିକାଶ ପକଳ୍ପ କ୍ଷେତ୍ର ପରିଚାଳିକା ଲକ୍ଷ୍ମୀ ଦେବୀ, ପଞ୍ଚୟତର ସରପଞ୍ଚ ରିସପା ଭୂୟାଁ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାସ ବିହାରୀ ପାତ୍ର ସହ ସମସ୍ତ ୱାର୍ଡର ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ ହେଲା ନିକଟ ଅତୀତରେ ଜିରାଙ୍ଗ ପଞ୍ଚୟତରେ ଘଟିଥିବା ଶିଶୁ ଚ।ଲାଣ ସମ୍ପର୍କିତ ତଥ୍ୟ ଜିର।ଙ୍ଗ ପଞ୍ଚାୟତବାସୀଙ୍କ ନିକଟରେ ଉପସ୍ଥାପନ କରିବା ସହିତ ଆଗାମୀ ଦିନରେ କିପରି ଶିଶୁ ଚ।ଲାଣ ନ ହେବ ସେଥିପାଇଁ ସମସ୍ତେ ସଚେନତା ହେବା ଓ ଶିଶୁ ସହାୟତା ହେଲ୍ପଲାଇନ ନ-୧୦୯୮ର ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷ। ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଯୋଗ ଦେଇ ଶିଶୁ ଚ।ଲାଣ କଣ, କିପରି ପରିସ୍ଥିତିରେ ଶିଶୁମାନେ ଚାଲାଣ ହୋଇଥାନ୍ତି , ଶିଶୁ ଚାଲାଣ ହୋଇ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ସେହି ବିଷୟରେ ବିଭିନ୍ନ ଦୃଷ୍ଟାନ୍ତ ମୂଳକ ଉଦାହରଣ ଦେଇ ଲୋକ ମାନଙ୍କୁ ବୁଖାଇଥିଲେ ।
ଏଥି ସହିତ ଶିଶୁ ମାନଙ୍କ ପାଇଁ କେଉଁ କେଉଁ ଯୋଜନା ସବୁ ରହିଛି ତାହା ମଧ୍ୟ ଉପସ୍ଥାପନ କରିଥିଲେ । ଶିଶୁ ସହାୟତା ହେଲ୍ପଲାଇନ ନ-୧୦୯୮ର ଉପକାରିତା ସମ୍ପର୍କରେ ବିଶେଷ ଭାବରେ ବୁଝାଇଥିଲେ ।
ପିତାମାତାଙ୍କ ଅବହେଳା ଯୋଗୁ ବିଭିନ୍ନ ସମୟରେ ଆଧାରୁ ପାଠପଢା ଛାଡିବ ଦ୍ବାରା ସେମାଙ୍କର ଭବିଷ୍ୟତ ଅନ୍ଧକାର ହୋଇଯାଉଛି ଏବଂ ଏହି ଶିଶୁ ମାନେ ବିଭିନ୍ନ ସମସ୍ୟାର ସମୁଖୀନ ହେବାସହ ଶୋଷଣର ମଧ୍ୟ ଶିକାର ହେଉଛନ୍ତି ।
କୌଣସି ଶିଶୁ ଯେପରି ତାଙ୍କର ଅଧିକ।ରରୁ ବଞ୍ଚିତ ନ ହୁଏ କିମ୍ବ ବିପଦ ସଙ୍କୁଳ ପରିବେଶକୁ ଚାଲି ନ ଯାଏ ସେଥି ନିମନ୍ତେ ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ ତରଫରୁ ସମସ୍ତ ସୁବିଧା ଯୋଗାଇବା ପାଇଁ ଆଲୋଚନା କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଗଜପତି ତରଫରୁ ସାମାଜିକ କର୍ମୀ ଶ୍ରୀ ସତ୍ୟବାନ ସାହୁ ପରିଚାଳନା କରିଥିଲେ ଓ ପଞ୍ଚୟତର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Related Posts