ଗଜପତି : ଜିଲ୍ଲାସ୍ତରୀୟ ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ୨୦୨୬ ମହାସମାରୋହରେ ପାଳିତ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨/୪ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡ଼ା ସ୍ଥିତ ପୋଲିସ୍ ରିଜର୍ଭ ପଡିଆ ଠାରେ ଆନୁଷ୍ଠାନିକ ଭାବେ ଜିଲ୍ଲାସ୍ତରୀୟ ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ୨୦୨୬ ମହା ସମାରୋହରେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନିଲ କାନ୍ତ ମହାନ୍ତି ଯୋଗ ଦେଇ ଆନୁଷ୍ଠାନିକ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।
ଉଦବୋଧନ ଦେଇ କର୍ତ୍ତବ୍ୟ ବେଳେ ଶହୀଦ ହୋଇଥିବା ପୋଲିସ ଭାଇ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ପୋଲିସ ବାହିନୀ ସବୁ ବେଳେ ସମାଜର ଜାଗ୍ରତ ପ୍ରହରୀ ଭଳି ନିଶ୍ୱାର୍ଥ ସେବା ଯୋଗାଇ ଆସୁଛି । ବିଭିନ୍ନ ବିପର୍ଯ୍ୟୟ ସମୟରେ ହେଉ କି ବିଭିନ୍ନ ଦୁର୍ଘଟଣା ସମୟରେ ହେଉ ପୋଲିସ ବାହିନୀ ଅତ୍ୟନ୍ତ ଦାୟିତ୍ୱବୋଧତାର ସହ ସହାୟତା ପ୍ରଦାନ କରିଆସିଛି ।
ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବା କ୍ଷେତ୍ରରେ ଓଡ଼ିଶା ପୋଲିସର ନିଷ୍ଠାପର ଉଦ୍ୟମ ହେଉ ତାଙ୍କର ଭୂମିକା ବେଶ ପ୍ରଶଂସନୀୟ ବୋଲି କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ ।
ଏହି ପ୍ରତିଷ୍ଠା ଦିବସ ଅବସରରେ ୨୦୨୫ ବର୍ଷ ପାଇଁ ୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ସେମାନଙ୍କ ଉତ୍ତମ ତଥା ଶ୍ରେଷ୍ଠ କାର୍ଯ୍ୟ ଦକ୍ଷତା ପାଇଁ ଯଥା:- ଏସ:ଆଇ:- ସୁନିଲ କୁମାର ସେଠୀ , ଏ:ଏସ:ଆଇ:- ଶ୍ରୀ କୈଳାଶ ଚନ୍ଦ୍ର ମୁଦୁଲି , ବେଷ୍ଟ ହାବିଲଦାର ଶ୍ରୀ ସୁବ୍ରତ କୁମାର ପଣ୍ଡା , ବେଷ୍ଟ ଏ:ପି:ଆର: କନଷ୍ଟେବଳ ଶ୍ରୀ ଧିରଜ୍ କୁମାର ପରିଚ୍ଛା ଏବଂ ବେଷ୍ଟ କନଷ୍ଟେବଳ ଶ୍ରୀ ସୁନିଲ କୁମାର ରଥ ପ୍ରମୁଖଙ୍କ ସେମାନଙ୍କ ଉତ୍ତମ କର୍ତ୍ତବ୍ୟ ପରାୟଣତା ଯୋଗୁଁ ଜିଲ୍ଲାସ୍ତରୀୟ ରେ ତାଙ୍କୁ ନଗଦ ଅର୍ଥ ରାଶି , ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା ।
ପୋଲିସ ଆର:ଆଇ:- ଶ୍ରୀ ନିରଞ୍ଜନ ନାୟକ ଏବଂ ସର୍ଜେଣ୍ଟ ଶ୍ରୀ ପ୍ରଶାନ୍ତ ବେହେରା ପ୍ୟାରେଡ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ କମାଣ୍ଡେଣ୍ଟ ଅଶୋକ ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।




